କେନାଲକୁ ଖସି ପଡ଼ିଲା ବସ; ୪୨ଜଣ ଯାତ୍ରୀଙ୍କ ମୃତ୍ୟୁ

Advertisment
କେନାଲକୁ ଖସି ପଡ଼ିଲା ବସ; ୪୨ଜଣ ଯାତ୍ରୀଙ୍କ ମୃତ୍ୟୁ

ଭୋପାଲ: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଏକ ବସ ସତନା ଅଭିମୁଖେ ଯାଉଥିବା ବେଳେ ଅନିୟନ୍ତ୍ରିତ ହୋଇ କେନାଲକୁ ଖସି ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ଏହି ବସରେ ୫୪ଜଣ ଯାତ୍ରୀ ଥିବା ଜଣାପଡ଼ିଛି।

ମଧ୍ୟପ୍ରଦେଶ ମନ୍ତ୍ରୀ ତୁଳସୀ ସିଲାବଟ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏଯାବତ ୪୨ଜଣ ଯାତ୍ରୀଙ୍କ ମୃତଦେହ କେନାଲରୁ ବାହାର କରାଯାଇଛି। ତୁଳସୀ ସିଲାବଟ କହିଛନ୍ତି, ଏହି ଘଟଣା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ରହିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସକାଳରୁ ଅଧିକାରୀଙ୍କ ସହିତ କ୍ରମାଗତ ଭାବେ ଯୋଡ଼ି ହୋଇ ରହିଛନ୍ତି।

ଶିବରାଜ ସିଂହ ଚୌହ୍ବାନ ଏହି ଘଟଣାକୁ ନେଇ ଦୁଃଖ କରି କହିଛନ୍ତି, ଆଜି ସକାଳ ୮ଟାରେ ଏହି ଦୁଃଖଦ ଖବର ମିଳିଥିଲା। ସିଦ୍ଧି ଜିଲ୍ଲାର ବାଣସାଗର କେନାଲରେ ୫୪ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ କେନାଲରେ ଖସି ପଡ଼ିଥିଲା। ଏହି କେନାଲଟି ଗଭୀର ଥିଲା। ସଙ୍ଗେସଙ୍ଗେ ବନ୍ଧରୁ ପାଣିକୁ ବନ୍ଦ କରି ଉଦ୍ଧାର କାର୍ଯ୍ୟ ଚାଲୁ କରାଯାଇଥିଲା। ଜିଲ୍ଲାପାଳ, ଏସପି ଓ ଏସଡ଼ିଆରଏଫଙ୍କ ଟିମ ସେଠାରେ ଉପସ୍ଥିତ ଅଛନ୍ତି। କେନାଲରୁ ବସକୁ ବାହାର କରିବା ପାଇଁ ଚେଷ୍ଟା କରାଯାଉଛି। ଏଯାବତ ୭ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ପାରିଛି। ଅନେକ ଯାତ୍ରୀ କେନାଲର ପାଣି ସ୍ରୋତରେ ଭାସି ଯାଇଥିବା ଅନୁମାନ କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯାତ୍ରୀଙ୍କ ପରିବାରଲୋକଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶିର ଘୋଷଣା କରିଛନ୍ତି। ଏଥିସହିତ ଗୁରୁତରଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସାହାଯ୍ୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe