ଦୁଃଖଦ ଘଟଣା; କାମ ଦେବା ବାହାନାରେ ଗାଁ ଯୁବତୀମାନଙ୍କ ଜୀବନ ନଷ୍ଟ କରି ଦେଉଛନ୍ତି ଦଲାଲ

ଦୁଃଖଦ ଘଟଣା; କାମ ଦେବା ବାହାନାରେ ଗାଁ ଯୁବତୀମାନଙ୍କ ଜୀବନ ନଷ୍ଟ କରି ଦେଉଛନ୍ତି ଦଲାଲ

ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ‘ବେଟି ବଚାଓ-ବେଟି ପଢ଼ାଓ’ର ଅଭିଯାନ ଚାଲିଛି। କିନ୍ତୁ ଏହି କ୍ରମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାଜସ୍ଥାନ-ଗୁଜୁରାଟ ସୀମାରେ ଯୁବତୀଙ୍କ ମଣ୍ଡି ହୋଇଛି କହିଲେ ଚଳେ। କାରଣ ଯୁବତୀମାନେ ଦୁଇପଇସା ରୋଜଗାର କରିବାକୁ ଯାଉଥିବା ବେଳେ ସୀମାରେ ତାଙ୍କୁ  ଦଲାଲମାନେ କିଣା-ବିକା କରୁଛନ୍ତି। ତେବେ କିଛି ଯୁବତୀ କଳେବଳେ କୌଶଳେ ଘରକୁ ଫେରି ଆସୁଥିବା ବେଳେ ଆଉ କିଛି ସେଠାରେ ଫସି ରହିଛନ୍ତି।

ପ୍ରକାଶିତ ଏକ ରିପୋର୍ଟ ମୁତାବକ, ପାଖାପାଖି ୫୦୦ରୁ ଅଧିକ ଯୁବତୀ ଉଦୟପୁର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ। ଜାତୀୟ ମହିଳା ଆୟୋଗଙ୍କ ପାଖରେ ୪୦ଜଣ ଯୁବତୀ ନିଖୋଜ ହୋଇଯାଇଥିବା ରିପୋର୍ଟ ରହିଛି।

କୋଟଡାର ମାମେର ସୀମା(ଛଦ୍ମନାମ) ଚାରିବର୍ଷ ପରେ ନିଜ ଘରକୁ ଫେରିଛନ୍ତି। ୧୨ବର୍ଷ ବୟସରେ ଦିନମଜୁରିଆ ଭାବେ କାମ ଖୋଜିବାକୁ ଗୁଜୁରାଟ ଯାଇଥିଲେ। ଏବେ ସେ ଯେତେବେଳେ ଘରକୁ ଫେରଛନ୍ତି ବାହା ନହୋଇ ବି ମା’ ହୋଇଛନ୍ତି। ତାଙ୍କ ସହିତ ତିନିବର୍ଷର ଜଣେ ସନ୍ତାନ ବି ରହିଛନ୍ତି। ସେ ବହୁତ କଷ୍ଟରେ ନିଜ ଘରକୁ ଫେରିଛନ୍ତି। ଆଉ ତାଙ୍କ ସହିତ ଘଟିଥିବା ଦୁଃଖଦ ଘଟଣାକୁ ବଖାଣିଛନ୍ତି।

ଉକ୍ତ ମହିଳା ଘରକୁ ନଫେରିବାରୁ ତାଙ୍କ ବାପା ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତାଙ୍କର କୌଣସି ଅଭିଯୋଗ ଶୁଣି ନଥିଲା। ଶେଷରେ ସେ ଜମି ବନ୍ଧା ରଖି ଝିଅକୁ ଖୋଜି ଆଣିବାାକୁ ପୁଲିସକୁ ୫୦ହଜାର ଟଙ୍କା ଲାଞ୍ଚ ଦେଇଥିଲେ।

ଏହାପରେ ପୁଲିସ ଝିଅକୁ ଖୋଜି ଆଣିଥିଲା। ତେବେ କେବଳ ସୀମାଙ୍କ ସହିତ ଏମିତି ଘଟିଛି ତାହ ନୁହେଁ। ସେହି ଗାଁର ଅନେକ ଯୁବତୀଙ୍କ ସହିତ ଏମିତି ଘଟଣା ଘଟିଥିବା କୁହାଯାଉଛି। ତେବେ ଦଲାଲମାନେ ଯୁବତୀଙ୍କୁ କାମ ଦେବାକୁ କହି ସେମାନଙ୍କୁ ଗାଁରୁ ନେଇ ଯାଇ ତାଙ୍କ  ଜୀବନ ନଷ୍ଟ କରି ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe