ମେଳାରେ ଲାଗିଲା ବ୍ୟାନର : ଅଣହିନ୍ଦୁଙ୍କୁ ବ୍ୟବସାୟ କରିବା ମନା

Advertisment
ମେଳାରେ ଲାଗିଲା ବ୍ୟାନର : ଅଣହିନ୍ଦୁଙ୍କୁ ବ୍ୟବସାୟ କରିବା ମନା

indiatimes.com

ମାଙ୍ଗାଲୁରୁ: ଗତ ସପ୍ତାହରେ କର୍ଣ୍ଣାଟକର ଏକ ପ୍ରସିଦ୍ଧ ମନ୍ଦିରରେ ଆୟୋଜିତ ମେଳାରେ କେତେକ ବ୍ୟାନର ଦେଖିବାକୁ ମିଳିଥିଲା, ଯେଉଁଥିରେ ଲେଖାଯାଇଛି ଯେ କେବଳ ଏହି ଦେଶର ଦେବତାଙ୍କୁ ପୂଜା କରୁଥିବା ବ୍ୟକ୍ତିଙ୍କୁ ଏଠାରେ ବାଣିଜ୍ୟ କରିବାକୁ ଅନୁମତି ଅଛି। ଜାନୁଆରି ୨୬ ତାରଖରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ମେଳାରେ ଅଣ-ହିନ୍ଦୁମାନଙ୍କୁ ବ୍ୟବସାୟ କରିବାକୁ ବ୍ୟାନରରେ ବାରଣ କରାଯାଇଥିଲା।

ଏକ ହିନ୍ଦୁ ଗୋଷ୍ଠୀ ପକ୍ଷରୁ ବାରାଣାସୀରେ ପୋଷ୍ଟର ଲଗାଇ ଅଣ-ହିନ୍ଦୁମାନଙ୍କୁ ଗଙ୍ଗା ଘାଟକୁ ନଆସିବାକୁ ଚେତାବନୀ ଦିଆଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଏବଂ ବଜରଙ୍ଗ ଦଳ ପକ୍ଷରୁ ଏପରି କରାଯାଇଥିବାର ଅଭିଯୋଗ ହୋଇଥିଲା। ଏହାର କିଛି ଦିନ ପରେ ମାଙ୍ଗାଲୁରୁ ଠାରୁ ୧୩ କିଲୋମିଟର ଦୂରରେ ଥିବା ଦକ୍ଷିଣ କନ୍ନଡ ଜିଲ୍ଲାର ଉଲାଲବେଲ ମନ୍ଦିର ନିକଟରେ ଥିବା ରାସ୍ତାରେ ଏଭଳି ବ୍ୟାନର ଦେଖିବାକୁ ମିଳିଥିଲା।

ଖବର ପାଇବା ପରେ ସ୍ଥାନୀୟ ପୁଲିସ ପକ୍ଷରୁ ମାଙ୍ଗାଲୁରୁରେ ଥିବା ବ୍ୟାନରଗୁଡ଼ିକ କଢାଯାଇଥିଲା। ଏଠାରେ ସେଭଳି ଅଭିଯୋଗ ହୋଇ ନଥିବା କୁହାଯାଇଛି। ଏଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବାରାଣାସୀ ମାମଲାରେ ଏଫ୍ଆଇଆର୍ ଦାଖଲ କରାଯାଇଥିଲା।

publive-image indiatimes.com

ମାଙ୍ଗାଲୁରୁ ପୁଲିସ କମିସନର ଏନ ଶଶି କୁମାର କହିଛନ୍ତି ଯେ, ଘଟଣା ବିଷୟରେ ଜାଣିବା ମାତ୍ରେ ପୁଲିସ କର୍ମଚାରୀମାନେ ପୋଷ୍ଟର ହଟାଇ ଦେଇଛନ୍ତି। ସେ କହିଛନ୍ତି, ମନ୍ଦିର କର୍ତ୍ତୃପକ୍ଷ କିମ୍ବା କେହି ନାଗରିକ ଏ ବାବଦରେ କୌଣସି ଅଭିଯୋଗ କରିନାହାନ୍ତି ଏବଂ ଅଭିଯୋଗ ଅଭାବରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe