ଚିକିତ୍ସା ପାଇଁ ଯାଇ କ୍ଲିନିକ ବାହାରେ ବସି ଖବରକାଗଜ ପଢ଼ୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଚିକିତ୍ସା ପାଇଁ ଯାଇ କ୍ଲିନିକ ବାହାରେ ବସି ଖବରକାଗଜ ପଢ଼ୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ବାଡମେର: ରାଜସ୍ଥାନର ବାଡମେରରେ ଏକ କ୍ଲିନିକରେ ଖବରକାଗଜ ପଢ଼ୁଥିବା ସମୟରେ ଜଣେ ବ୍ୟବସାୟୀଙ୍କ ହଠାତ୍ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଗତ ଶନିବାର ସକାଳ ୧୦ଟାରେ ଏହି ଘଟଣା ଘଟିଥିବା କୁହାଯାଉଛି। ମୃତ ବ୍ୟକ୍ତିଙ୍କ ନାମ ଦିଲୀପ କୁମାର ମଦନି ଓ ବୟସ ୬୧ବର୍ଷ ବୋଲି ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଦିଲୀପ ତାଙ୍କ ଦାନ୍ତର ଚିକିତ୍ସା ପାଇଁ କ୍ଲିନିକକୁ ଯାଇଥିଲେ। ଆଉ ଚିକିତ୍ସା ପାଇଁ ନମ୍ବର ଲଗାଇଥିଲେ। ତାଙ୍କ ନମ୍ବର ଆସିବାକୁ କିଛି ସମୟ ବାକି ଥିଲା। ଏଥିପାଇଁ  ସେ କ୍ଲନିକ ବାହାରେ ପଡ଼ିଥିବା ଏକ ଟେବୁଲ ଉପରେ ବସି ଖବର କାଗଜ ପଢ଼ୁଥିଲେ।

ଏହି ସମୟରେ ହଠାତ ସେ ତଳେ ପଡ଼ି ଯାଇଥିଲେ। କ୍ଲିନିକ କର୍ମଚାରୀ ତାଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଠାଇ ଭିତରକୁ ନେଇଥିଲେ ହେଁ, ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ପୂରା ଘଟଣା କ୍ଲିନିକରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା।

ମଦନିଙ୍କର ଏକ କପଡ଼ା ବ୍ୟବସାୟ ଥିଲା । ସେ ଗୁଜୁରାଟର ସୁରଟରେ ରହୁଥିଲେ। ଏକ ସାମାଜିକ କାର୍ଯ୍ୟକ୍ରମ ପାଇଁ  ‌ସେ ନଭେମ୍ବର ୪ରେ ବାଡମେର ଆସିଥିଲେ । ନଭେମ୍ବର ୫ରେ ସେ ଦାନ୍ତରେ ଯନ୍ତ୍ରଣା ଅନୁଭବ କରିଥିଲେ। ଦାନ୍ତର ଚିକିତ୍ସା ପାଇଁ ସେ କ୍ଲିନିକକୁ ଯାଇଥିଲେ । କିନ୍ତୁ ସେ ଡାକ୍ତରଙ୍କୁ ଭେଟିବା ପୂର୍ବରୁ ତଳେ ପଡ଼ିଯାଇଥିଲେ। ଏହାପରେ କ୍ଲିନିକ୍ କର୍ମଚାରୀମାନେ ମଦାନିଙ୍କୁ ହସ୍ପିଟାଲକୁ ନେଇଥିଲେ କିନ୍ତୁ ଡାକ୍ତରମାନେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହାପରେ ତାଙ୍କ ପରିବାରଲୋକଙ୍କୁ ମଦାନିଙ୍କ ମୃତ୍ୟୁ ଖବର ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe