ଅପରାହ୍ନ ୧ ଟା ସୁଦ୍ଧା ଦେଶରେ ୪୦.୩୨% ମତଦାନ, ଓଡ଼ିଶାରେ ୩୯.୩%

ଅପରାହ୍ନ ୧ ଟା ସୁଦ୍ଧା ଦେଶରେ ୪୦.୩୨% ମତଦାନ, ଓଡ଼ିଶାରେ ୩୯.୩%

ନୂଆଦିଲ୍ଲୀ/ଭୁବନେଶ୍ବର: ସୋମବାର ଦେଶରେ ୨୦୨୪ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ୧୦ ଟି ରାଜ୍ୟରେ ୯୬ଟି  ଲୋକସଭା ଆସନରେ ମତଦାନ ଚାଲିଛି। ୧,୭୨୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଓଡ଼ିଶାର ୪ ଲୋକସଭା ଏବଂ ୨୮ ବିଧାନସଭା ଆସନରେ ମତଦାନ ଜାରି ରହିଛି।
ଚତୁର୍ଥ ପର୍ଯ୍ୟାୟରେ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଦେଶରେ ୪୦.୩୨% ମତଦାନ ହୋଇଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ,୫୧.୮୭% ମତଦାନ ହୋଇଥିବାବେଳେ ଜମ୍ମୁ କାଶ୍ମୀରରେ ସର୍ବନିମ୍ନ ୨୩.୫% ମତଦାନ ହୋଇଛି।

ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଭୋଟ୍ ପ୍ରତିଶତ; ମୋଟ ଭୋଟିଂ ୪୦.୩୨%

ଆନ୍ଧ୍ରପ୍ରଦେଶ: ୪୦.୨୬%

ବିହାର: ୩୪.୪୪%

ଜମ୍ମୁ କଶ୍ମୀର: ୨୩.୫%

ଝଡଖଣ୍ଡ: ୪୩.୮%

ମଧ୍ୟପ୍ରଦେଶ: ୪୮.୫୨%

ମହାରାଷ୍ଟ୍ର: ୩୦.୮୫%

ଓଡ଼ିଶା: ୩୯.୩%

ତେଲେଙ୍ଗାନା: ୪୦.୩୮%

ଉତ୍ତରପ୍ରଦେଶ: ୩୯.୬୮%

ପଶ୍ଚିମବଙ୍ଗ: ୫୧.୮୭%

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe