୨୦୨୪ ସୁଦ୍ଧା ଟ୍ରେନଗୁଡ଼ିକରେ କବଚ ଲାଗିବ!

୨୦୨୪ ସୁଦ୍ଧା ଟ୍ରେନଗୁଡ଼ିକରେ  କବଚ ଲାଗିବ!

Railway-News

ନୂଆଦିଲ୍ଲୀ: ଟ୍ରେନ କଲିଜନ ଆଭଏଡାନ୍ସ ସିଷ୍ଟମ (ଟିସିଏଏସ୍‌) ବା ‘କବଚ’ର ପରୀକ୍ଷଣ ଗତବର୍ଷ ରେଳମନ୍ତ୍ରୀଙ୍କ ଦ୍ବାରା ହୋଇଛି। ୨୦୨୪ ସୁଦ୍ଧା ଏହି ପ୍ରଯୁକ୍ତି ଟ୍ରେନଗୁଡ଼ିକରେ ଲାଗିପାରେ ବୋଲି ରେଳ ମନ୍ତ୍ରାଳୟର ପ୍ରବକ୍ତା ଅମିତାଭ ଶର୍ମା ଶନିବାର କହିଛନ୍ତି। ଦେଶବ୍ୟାପୀ ଏହି ପ୍ରଯୁକ୍ତିକୁ ଲଗାଯାଇଛି ଏବଂ ଏକାଧିକ ରେଳଲାଇନରେ ଏହାକୁ ବ୍ୟବହାର ପାଇଁ ମଞ୍ଜୁରି ଦିଆଯାଇଛି। ବର୍ତ୍ତମାନ ରେଳବାଇ ପକ୍ଷରୁ ଯେଉଁ ଦୁର୍ଘଟଣା ନିରୋଧୀ ପ୍ରଯୁକ୍ତି ବ୍ୟବହାର କରାଯାଉଛି ତାହା ଏକ ପୁରୁଣା ପ୍ରଯୁକ୍ତି। ଟ୍ରେନ ଦ୍ବୟ ପାଖାପାଖି ହେଲେ ଏହି ପ୍ରଯୁକ୍ତି କାମ କରିଥାଏ।

କିନ୍ତୁ ଯଦି ଚାଳକ ‌ଲାଲ ସଙ୍କେତ ଅତିକ୍ରମ କରିଯାଇଥାନ୍ତି ତା’ହେଲେ ଆପେ ବ୍ରେକ୍ ଲାଗି ନଥାଏ। କିନ୍ତୁ ନୂଆ ଅତ୍ୟାଧୁନିକ ପ୍ରଯୁକ୍ତି କବଚ ନିର୍ମିତ ହୋଇଛି। ଏହା ଉପରେ ଅଧିକ କାର୍ଯ୍ୟ ଚାଲିଛି। ଦେଶବ୍ୟାପୀ ଏହାକୁ ଲଗାଯାଇଛି ଏବଂ ଆସନ୍ତାବର୍ଷ ‌ସୁଦ୍ଧା ଏହା ସବୁ ଟ୍ରେନରେ କାର୍ଯ୍ୟକ୍ଷମ ହୋଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe