୨୦୩୬ ଯାଏ ଶାସନରେ ରହିବା ପାଇଁ ପୁଟିନ୍‌ ଆଣିଲେ ଆଇନ

୨୦୩୬ ଯାଏ ଶାସନରେ ରହିବା ପାଇଁ ପୁଟିନ୍‌ ଆଣିଲେ ଆଇନ

Image Courtesy of Euronews

ମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ନିକଟରେ ଦେଶର ଏମିତି ଏକ ସ୍ବତନ୍ତ୍ର ଆଇନରେ ସ୍ବାକ୍ଷର କରିଛନ୍ତି ଯାହା ତାଙ୍କୁ ୨୦୩୬ ମସିହା ଯାଏ ଶାସନରେ ରଖିପାରିବ ବୋଲି ଜଣାଯାଇଛି। ଆଗାମୀ ୨୦୨୪ରେ ତାଙ୍କ ଚଳିତ ରାଷ୍ଟ୍ରପତିତ୍ବ କାର୍ଯ୍ୟକାଳ ସରୁଥିବା ବେଳେ ଏହି ନୂତନ ଆଇନ ୬୮ ବର୍ଷୀୟ ପୁଟିନ୍‌ଙ୍କୁ ଆହୁରି ଦୁଇ ଥର ୬ ବର୍ଷିଆ କ୍ଷମତାରେ ବସାଇ ପାରିବ ବୋଲି ସ୍ପଷ୍ଟ ହୋଇଛି। ସମ୍ପ୍ରତି ଲଗାତାର ଦ୍ବିତୀୟ ଥର ପାଇଁ ଓ ମୋଟ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ପଦବିରେ ଥିବା ପୁଟିନଙ୍କୁ ୮୩ ବର୍ଷ ହେଲା ଯାଏ ସେ ଅନାୟାସରେ ରୁଷିଆ ରାଷ୍ଟ୍ରପତି ଆସନ ଭୋଗ କରିପାରିବେ ବୋଲି ଜଣାଯାଇଛି। ଗତବର୍ଷ ରୁଷିଆ ସମ୍ବିଧାନରେ ସଂଶୋଧନ ଅଣାଯାଇ ଏପରି ଆଇନ ପାରିତ ହୋଇଥିବା ବେଳେ ସମାଲୋଚକମାନେ ଏହାକୁ କ୍ଷମତାଦଖଲ ପାଇଁ ଏକ ସାମ୍ବିଧାନିକ ଆକ୍ରମଣ ଭାବେ ଅଭିହିତ କରିଛନ୍ତି। ଏହି ନୂଆ ଆଇନ ବଳରେ ଭବିଷ୍ୟତରେ ଜଣଙ୍କୁ ସର୍ବାଧିକ ଦୁଇଥର ପାଇଁ ରାଷ୍ଟ୍ରପତି ପଦରେ ରହିବାର ପ୍ରାବଧାନ ରହିଛି। ମାତ୍ର ପୁଟିନ ତାଙ୍କ ନିଜ ପାଇଁ ଏଥିରେ ବ୍ୟତିକ୍ରମ ଆଣି ମୂଳରୁ ପୁଣି ଦୁଇ ଥର ରହିବାର ବ୍ୟବସ୍ଥା କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe