୧୪ ରାଜ୍ୟରେ ଉପନିର୍ବାଚନ: ୩ ଲୋକସଭା, ୨୯ ବିଧାନସଭା ଆସନ ପାଇଁ ଭୋଟ୍‌ଗ୍ରହଣ

Advertisment

ମତଦାନ ଶାନ୍ତିପୂର୍ଣ୍ଣ

ମତଦାନ ଶାନ୍ତିପୂର୍ଣ୍ଣ

୧୪ ରାଜ୍ୟରେ ଉପନିର୍ବାଚନ: ୩ ଲୋକସଭା, ୨୯ ବିଧାନସଭା ଆସନ ପାଇଁ ଭୋଟ୍‌ଗ୍ରହଣ

ନୂଆଦିଲ୍ଲୀ : ୧୩ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୩ ଲୋକସଭା ଆସନ ଏବଂ ୨୯ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଭୋଟ୍‌ଗ୍ରହଣ ହୋଇଛି। ଦାଦ୍ରା ଏବଂ ନଗର ହାଭେଳି, ହିମାଚଳପ୍ରଦେଶର ମଣ୍ଡି ଏବଂ ମଧ୍ୟପ୍ରଦେଶର ଖଣ୍ଡୱା ଲୋକସଭା ଆସନରେ ଉପନିର୍ବାଚନ ହୋଇଛି। ଲୋକସଭା ଆସନ ମଧ୍ୟରୁ ଖଣ୍ଡୱାରେ ସନ୍ଧ୍ୟା ୫ଟା ସୁଦ୍ଧା ୫୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ନିର୍ବାଚନ କମିସନ୍‌ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ହିମାଚଳ ପ୍ରଦେଶର ମଣ୍ଡି ଏବଂ ଦାଦ୍ରା ନଗର ହାଭେଳିରେ ସନ୍ଧ୍ୟା ୫ଟା ସୁଦ୍ଧା ଯଥାକ୍ରମେ ୪୧.୧୭ ପ୍ରତିଶତ ଏବଂ ୬୭ ପ୍ରତିଶତ ମତଦାନ ହୋଇଛି।

ଆସାମର ଗୋସାଇଗାଓଁ, ଭବାନୀପୁର, ତମୁଲପୁର, ମରିଆନି ଏବଂ ଥୋୱରା ନିର୍ବାଚନମଣ୍ଡଳିରେ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି। ଗୋସାଇଗାଓଁରେ ସର୍ବାଧିକ ୭୬.୭୧ ପ୍ରତିଶତ ଏବଂ ଥାୱରାରେ ୭୫,୦୭ ପ୍ରତିଶତ, ଭବାନୀପୁରରେ ୬୨ ପ୍ରତିଶତ ଏବଂ ମରିଆନିରେ ୬୧.୬୧ ପ୍ରତିଶତ ମତଦାନ ହୋଇଛି। ସେହିପରି ପଶ୍ଚିମବଙ୍ଗର ଦିନହାତା, ‌ଶାନ୍ତିପୁର, ଖରଦାହ ଏବଂ ଗୋସାବର ୪ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ଶାନ୍ତିପୁରରେ ସର୍ବାଧିକ ୭୬ ପ୍ରତିଶତ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଦିନହାତାରେ ୭୦ ପ୍ରତିଶତ ଓ ଖରଦାହ‌ରେ ୬୪ ପ୍ରତିଶତ ଭୋଟ୍‌ ଗ୍ରହଣ ହୋଇଛି।

ବିହାରର ତାରାପୁର ଏବଂ କୁଶେଶ୍ବର ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ଉଭୟ ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ହାରାହାରି ୪୯.୫୯ ପ୍ରତିଶତ ମତଦାନ ହୋଇଛି। ମଧ୍ୟପ୍ରଦେଶର ଜୋବାତ, ରାୟଗାଓଁ ଏବଂ ପୃଥ୍ବୀପୁର ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ପୃଥ୍ବୀପୁରରେ ସର୍ବାଧିକ ୭୬.୦୫ ପ୍ରତିଶତ ମତଦାନ ହୋଇଥିବା ବେଳେ ରାୟଗାଓଁରେ ୬୬.୬୬ ପ୍ରତିଶତ ଏବଂ ଜୋବାତରେ ୫୦.୯୦ ପ୍ରତିଶତ ମତଦାନ ହୋଇଛି। ରାଜସ୍ଥାନର ବଲ୍ଲଭନଗର ଏବଂ ଧରିଆୱାଡ଼ରେ ବି ଉପନିର୍ବାଚନ ହୋଇଛି। ଉଭୟ ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ହାରାହାରି ୬୫ ପ୍ରତିଶତ ମତଦାନ ସଂଗ୍ରହ ହୋଇଛି। ହରିୟାଣାର ଏଲ୍ଲେନାବାଦରେ ଆଜି ଭୋଟ୍‌ ଗ୍ରହଣ ହୋଇଛି ଏବଂ ସନ୍ଧ୍ୟା ୫ଟା ସୁଦ୍ଧା ୭୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ହିମାଚଳପ୍ରଦେଶର ଅର୍କି, ଫତେପୁର, ଜୁବ୍ବଲ-କୋଟଖାଇ ବିଧାନସଭା ନିର୍ବାଚନମଣ୍ଡଳିରେ ହାରାହାରି ୫୫.୭୦ ପ୍ରତିଶତ ମତଦାନ ହୋଇଛି। ତେ‌ଲେଙ୍ଗାନାର ହୁଜୁରାବାଦ୍‌ରେ ଅପରାହ୍ନା ୩.୩୦ ସୁଦ୍ଧା ୬୧.୬୬ ପ୍ରତିଶତ ଏବଂ କର୍ଣ୍ଣାଟକର ହନଗାଲ୍‌ ଏବଂ ସିନ୍ଦଗି ନିର୍ବାଚନମଣ୍ଡଳିରେ ହାରାହାରି ୭୦.୭୦ ପ୍ରତିଶତ ମତଦାନ ସଂଗ୍ରହ ହୋଇଛି। ଆନ୍ଧ୍ରପ୍ରଦେଶର ବଡ଼ଭେଲ, ମେଘାଳୟର ରାଜବାଲା, ମରିଙ୍ଗକେଙ୍ଗ ଏବଂ ମଫଲାଙ୍ଗ ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ମହାରାଷ୍ଟ୍ରର ଡେଗଲୁର ଏବଂ ମିଜୋରାମର ତୁଇରିଆଲ୍‌ରେ ବି ଉପନିର୍ବାଚନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe