ନଭେମ୍ବର ୩୦ ପର୍ଯ୍ୟନ୍ତ କୋଭିଡ୍‌ କଟକଣା ବଢ଼ିଲା: ଦୈନିକ ସଂକ୍ରମଣରେ ୨୦% ବୃଦ୍ଧି, ୭୩୩ ‌କୋଭିଡ୍‌ ମୃତ୍ୟୁ

Advertisment
ନଭେମ୍ବର ୩୦ ପର୍ଯ୍ୟନ୍ତ କୋଭିଡ୍‌ କଟକଣା ବଢ଼ିଲା: ଦୈନିକ ସଂକ୍ରମଣରେ ୨୦% ବୃଦ୍ଧି, ୭୩୩ ‌କୋଭିଡ୍‌ ମୃତ୍ୟୁ

Image Courtesy of Zee News

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦେଶରେ କୋଭିଡ୍‌ କଟକଣା ବୃଦ୍ଧି କରିଛନ୍ତି। ଦେଶରେ ପାର୍ବଣ ଋତୁ ପାଇଁ କୋଭିଡ୍‌ କଟକଣା ବଢ଼ିଛି। ଗତ ସେପ୍ଟେମ୍ବର ୨୮ରେ ସରକାର ଅକ୍ଟୋବର ୩୧ ପର୍ଯ୍ୟନ୍ତ କଟକଣା ବଢ଼ାଇଥିଲେ ଏବଂ ଆଜି ପୁଣିଥରେ ଏହି କଟକଣାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ଦେଶରେ ଆଜି ୧୬,୧୫୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲିର ସଂକ୍ରମଣ ତୁଳନାରେ ‌ଆଜି ଦୈନିକ ସଂକ୍ରମଣରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୭୩୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେବଳ କେରଳରେ ୬୨୨ କରୋନା ମୃତ୍ୟୁ ହୋଇଛି। ‌କେରଳ ଏହାର ପୂର୍ବ କରୋନା ମୃତ୍ୟୁ ଯୋଡ଼ିଥିବାରୁ ହଠାତ୍‌ କରୋନା ମୃତ୍ୟୁରେ ଏଭଳି ବୃଦ୍ଧି ହୋଇଛି। କେରଳରେ ସାପ୍ତାହିକ ମୃତ୍ୟୁ ୫୩ ପ୍ରତିଶତ କମିଛି। ସଠିକ୍‌ ତଥ୍ୟ ଅଭାବ ଯୋଗୁଁ କେରଳ ପୂର୍ବରୁ ରିପୋର୍ଟ କରିନଥିବା କିଛି ମୃତ୍ୟୁକୁ ଏବେ ଯୋଡ଼ିଛି। କେରଳ ରାଜ୍ୟ ଗଣମାଧ୍ୟମ ବୁଲେଟିନ୍‌ ଅନୁଯାୟୀ ଗତ ୨୪ ଘଣ୍ଟାରେ କେରଳରେ ୯୩ ଜଣଙ୍କ ମୃତ୍ୟୁ ହୋଇଛି। ପୂର୍ବର ୫୨୯ ମୃତ୍ୟୁକୁ ଏଥିରେ ଯୋଡ଼ାଯାଇଛି। ଦେଶରେ ସକ୍ରିୟ ମାମଲା ୧,୬୦,୯୮୯ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧ ପ୍ରତିଶତ। ଅନ୍ୟପକ୍ଷେ କୋଭିଡ୍‌ ଆରୋଗ୍ୟ ହାର ୯୮.୨୦ ପ୍ରତିଶତ ରହିଛି ଏବଂ ଗତ ୨୪ ଘଣ୍ଟାରେ ଦେଶରେ ୧୭,୦୯୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe