କରୋନା ଟିକା ଉଦ୍ଭାବନରେ ୟୁକେ ଅଗ୍ରଣୀ, ଅଗଷ୍ଟ ସୁଦ୍ଧା ସରିବ ବ୍ୟାବହାରିକ ପରୀକ୍ଷଣ

Advertisment

ସେପ୍ଟେମ୍ବର ସୁଦ୍ଧା ମିଳିଯିବ ଟିକାର ୧୦ ଲକ୍ଷ ପାନ

ସେପ୍ଟେମ୍ବର ସୁଦ୍ଧା ମିଳିଯିବ ଟିକାର ୧୦ ଲକ୍ଷ ପାନ

କରୋନା ଟିକା ଉଦ୍ଭାବନରେ ୟୁକେ ଅଗ୍ରଣୀ, ଅଗଷ୍ଟ ସୁଦ୍ଧା ସରିବ ବ୍ୟାବହାରିକ ପରୀକ୍ଷଣ

ଇଂଲାଣ୍ତ୍: ମହାମାରୀ କୋଭିଡ୍–୧୯ କବଳରୁ ନିସ୍ତାର ପାଇବା ପାଇଁ ସାରା ବିଶ୍ବ ଏବେ ପ୍ରଯୁଜ୍ୟ ଟିକା ଉଦ୍ଭାବନ ପାଇଁ ଗବେଷଣା ଜାରି ରଖିଥିବା ବେଳେ ସଂଯୁକ୍ତ ରାଜ୍ୟ ବା ୟୁନାଇଟେଡ୍ କିଂଗ୍‌ଡମ(ୟୁକେ) ଏ ଦିଗରେ କିଛି ପାହାଚ ଆଗରେ ଥିବା ଜଣାଯାଇଛିା ସମ୍ଭାବ୍ୟ ଟିକାର ବ୍ୟାବହାରିକ ପରୀକ୍ଷଣ ଆରମ୍ଭ ହୋଇଯାଇଛି ଏବଂ ଆସନ୍ତା ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ତାହା ସମ୍ପୂର୍ଣ୍ଣ ହୋଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହ‌ିବ ବୋଲି ୟୁକେ ସରକାରଙ୍କ କରୋନା ଭୂତାଣୁ ଟିକା ଉପରେ କାର୍ଯ୍ୟରତ ଜନୈକ ବରିଷ୍ଠ ଅଧିକାରୀ ଜନ୍ ବେଲ୍ କହିଛନ୍ତିା ୟୁକେର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକମାନେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରୁଥିବା ସଂପୃକ୍ତ ଟିକାର ପରୀକ୍ଷଣ ଗତ ସପ୍ତାହରେ ଆରମ୍ଭ ହୋଇଯାଇଛି ଏବଂ ଆଗାମୀ ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତିା ଏହି ଟିକା ଗବେଷଣା ପ୍ରକଳ୍ପର ଅନ୍ୟତମ ସଦସ୍ୟ ପ୍ରଫେସର ସାରା ଗିଲବର୍ଟଙ୍କ କହିବାନୁଯାୟୀ, ପ୍ରସ୍ତୁତ ହେବାକୁ ଥିବା ସିଏଚ୍ଏଡିଓଏକ୍ସ୧ ନାମକ ଏହି ଟିକା କରୋନା ଭୂତାଣୁ ବିରୋଧରେ ଶକ୍ତ ପ୍ରତିରୋଧକ ହେବା ସହ ସେପ୍ଟେମ୍ବର ସୁଦ୍ଧା ଏହାର ଦଶ ଲକ୍ଷ ମାତ୍ରା ଉପଲବ୍ଧ ହୋଇପାରିବ ବୋଲି ସେମାନେ ଭରସା ରଖିଛନ୍ତିା ଏପରିକି ଏହାର ପ୍ରସ୍ତୁତିରେ ନିୟୋଜିତ ଥିବା ୭ଟି କମ୍ପାନି ମଧ୍ୟରୁ ଭାରତର ଗୋଟିଏ କମ୍ପାନି ରହିଥିବା କୁହାଯାଇଛିା

ସମ୍ପ୍ରତି ବିଶ୍ବରେ ନୈଦାନିକ ପରୀକ୍ଷଣ ସ୍ତରରେ ପହ‌ିଥିବା ଆମେରିକାର ଦୁଇଟି ଏବଂ ଚୀନ୍‌ର ଗୋଟିଏ ଟିକା ତୁଳନାରେ ସିଏଚ୍ଏଡିଓଏକ୍ସ୧ର ବିଶେଷତ୍ବ ହେଉଛି ଖୁବ୍ କମ୍ ସମୟ ଭିତରେ ଏହାର ପ୍ରସ୍ତୁତି ଏବଂ ରୋଗୀଙ୍କ ପାଖରେ ଉପଲବ୍ଧ ହେବାା ଆମେରିକା ଏବଂ ଚୀନ୍‌ର ଟିକା ବଜାରକୁ ଆସିବାକୁ ଆହୁରି ବର୍ଷକରୁ ଦେଢ଼ବର୍ଷ ସମୟ ଲାଗିଯିବା ଅପରପକ୍ଷେ, ସିଏଚ୍ଏଡିଓଏକ୍ସ୧ ଉପରେ ଏହାର ଗବେଷକମାନଙ୍କ ଭରସା ଏତେ ଯେ ଏହାର ନୈଦାନିକ ପରୀକ୍ଷଣ ଆଗରୁ ହିଁ ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତିା ତେବେ ଏହି ଟିକାର ବୈଷୟିକ ଜ୍ଞାନକୌଶଳକୁ ଅନ୍ୟାନ୍ୟ ରୋଗ ବିରୋଧରେ ୧୨ ଥର ପରୀକ୍ଷଣ ସରିଛିା ସେଥିରୁ ମିଳିଥିବା ନିର୍ଯାସରୁ ଏହାର ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ଥିବା ସେମାନେ ଦୃଢ଼ ନିଶ୍ଚିତ ଅଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe