ମେ’ ଶେଷ ସୁଦ୍ଧା ମୁମ୍ବାଇ ଦେଖିବ ୭୦,୦୦୦ ମାମଲା!

Advertisment
୨୦୨୨ ପର୍ଯ୍ୟନ୍ତ ଜାରି ରହିବ କରୋନା ଭାଇରସ୍‌ ମହାମାରୀ

ନୂଆଦିଲ୍ଲୀ: ଦେଶରେ ଗୁରୁବାର ଗୋଟିଏ ଦିନରେ ସବୁଠୁ ଅଧିକ ୧୭୫୫ କରୋନା ଆକ୍ରାନ୍ତ ମାମଲା ରିପୋର୍ଟ କରାଯାଇଛି। ଏହି ସଂଖ୍ୟାକୁ ମିଶାଇଲେ ଭାରତ‌ରେ କ‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ଟପିଯାଇଛି। ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗଣ ହେବାପାଇଁ ୧୦ ଦିନ ସମୟ ଲାଗୁଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ‌ତେବେ ମହାରାଷ୍ଟ୍ର ସ୍ଥିତି ଦିନକୁ ଦିନ ଅଧିକ ସାଂଘାତିକ ହେଉଛି । ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୭୭୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ୭୭୮ ନୂଆ ମାମଲା ସହ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୪୨୭ ପହଞ୍ଚିଛି। ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ। କେବଳ ମୁମ୍ବାଇରେ ଗୋଟିଏ ଦିନରେ ୫୨୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୨୫ ପହଞ୍ଚିଛି। ଏହା ମହାରାଷ୍ଟ୍ରର ସମୁଦାୟ ମାମଲାର ୬୫ ପ୍ରତିଶତ। ମୁମ୍ବାଇରେ କରୋନା ମୃତ୍ୟୁସଂଖ୍ୟା ମଧ୍ୟ ୧୬୭ ପହଞ୍ଚିଛି। ତେବେ ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ଏବେଠାରୁ ଠିକ୍‌ ମାସକ ପରେ ତଥା ମେ' ଶେଷ ବେଳକୁ ମୁମ୍ବାଇରେ କ‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୦୦ ଟପିଥିବ। ଏଭଳି ଏକ ଜଟିଳ ସ୍ଥିତି ସାମ୍ନା କରିବାପାଇଁ ମୁମ୍ବାଇ ପ୍ରସ୍ତୁତ ହେଉଛି। ବିଏମ୍‌ସି ପକ୍ଷରୁ ୩,୦୦୦ କୋଭିଡ୍‌ କେୟାର ଆଇସିୟୁ ବେଡ୍‌ ପ୍ରସ୍ତୁତ କରାଯିବ। ସରକାରୀ ପରିଚାଳିତ ଜିଟି ହସ୍ପିଟାଲ୍‌ରେ ଏବଂ ‌ସେଣ୍ଟ୍‌ ଜର୍ଜ‌୍ ହସ୍ପିଟାଲ୍‌ରେ ୬୦୦ଟି ବେଡ୍‌କୁ କୋଭିଡ୍‌ ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି। ହସ୍ପିଟାଲ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍‌ ସପୋର୍ଟ ଏବଂ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି।

ପ୍ରତି ୭ ଦିନରେ ଥରେ ମୁମ୍ବାଇଲେ ମାମଲା ଦ୍ବିଗୁଣିତ ହେଉଛି। ଗତ ସପ୍ତ‌ାହ ଗୁଡ଼ିକରେ ମାମଲା ଦ୍ବିଗୁଣିତ ହେଉଥିବା ତଥ୍ୟକୁ ଆଧାର କରି ଏହା ଆକଳନ କରାଯାଇଛି ଯେ, ମାସକ ମଧ୍ୟରେ ମୁମ୍ବାଇରେ ମାମଲା ୭୦,୦୦୦ରୁ ୮୦,୦୦୦ରେ ପହଞ୍ଚିବ। ତେବେ କୌଣସି ବୈଜ୍ଞାନିକ କାରଣ ସହ ଏହି ଆକଳନ କରାଯାଇନଥିଲେ ମଧ୍ୟ ଆଗୁଆ ଆକଳନ ଦ୍ବାରା ମୁମ୍ବାଇ ସହର ଜଟିଳ ସ୍ଥିତି ପାଇଁ ପ୍ରସ୍ତୁତ ହୋଇପାରିବ। କୁହାଯାଇଛି ଯେ ନୂଆ ମାମଲାରୁ ୮୫-୯୦ ପ୍ରତିଶତ ସେତେ ସାଂଘାତିକ ରହିବନି। କରୋନା ଦ୍ବାରା ବିଶ୍ବରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଷ୍ଟ୍ର ଇଟାଲି, ସ୍ପେନ୍‌ ଏବଂ ଚୀନ୍‌କୁ ନଜରରେ ରଖି ମୁମ୍ବାଇ ଏଦିଗରେ ପ୍ରସ୍ତୁତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe