ମେ’ ଶେଷ ସୁଦ୍ଧା ଅହମଦାବାଦ‌ରେ କରୋନା ସଂକ୍ରମିତ ସଂଖ୍ୟା ୮ ଲକ୍ଷରେ ପହଞ୍ଚିବ !

Advertisment
ମେ’ ଶେଷ ସୁଦ୍ଧା ଅହମଦାବାଦ‌ରେ କରୋନା ସଂକ୍ରମିତ ସଂଖ୍ୟା ୮ ଲକ୍ଷରେ ପହଞ୍ଚିବ !

ଅହମଦାବାଦ୍: ଗୁଜରାଟର ଅହମଦାବାଦ‌ ସହରରେ ଏବେ କରୋନା ମାମଲା ଦ୍ବିଗୁଣ ହେବାପାଇଁ ୪ ଦିନ ଲାଗୁଛି। ଯଦି ଏହି ସମାନ ସ୍ଥିତି ମେ' ୩ ତଥା ଲକ୍‌ଡାଉନ୍‌ ପରେ ବଜାୟ ରହେ ତେବେ ମେ' ୧୫ ବେଳକୁ ଅହମଦାବାଦ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୦୦୦ ପହଞ୍ଚିଥିବ ଏବଂ ମେ' ୩୧ ବେଳକୁ ମାମଲା ୮ ଲକ୍ଷ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। ଅହମଦାବାଦ୍‌ ମୁନ୍‌ସିପାଲ୍‌ କମିସନର ବିଜୟ ନେହରା ଏହି ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ସହରରେ ଏପ୍ରିଲ ୧୭ ଏବଂ ଏପ୍ରିଲ ୨୦ ତାରିଖର ତଥ୍ୟ ଆକଳନ କରି ଏହି ପୂର୍ବାନୁମାନ କରାଯାଇଛି। ଏପ୍ରିଲ ୧୭ ତାରିଖରେ ଅହମଦାବାଦ୍‌ରେ ମାମଲା ୬୦୦ ଥିବାବେଳେ ଏପ୍ରିଲ ୨୦ରେ ଏହା ୧୨୦୦କୁ ବୃଦ୍ଧି ପାଇଥିଲା। ଏହାର ଅର୍ଥ ହେଉଛି ଅହମଦାବାଦ୍‌ରେ ମାମଲା ଦ୍ବିଗୁଣ ହେବାପାଇଁ ୪ ଦିନ ଲାଗୁଛି। ପୂର୍ବରୁ ଏଠାରେ ମାମଲା ଦ୍ବିଗୁଣ ହେବାପାଇଁ ୩ ଦିନ ଲାଗୁଥିଲା କିନ୍ତୁ ଅହମଦାବାଦ ମୁନିସପାଲ୍‌ କମିସନ୍‌ରଙ୍କ ଉଦ୍ୟମ ବଳରେ ମାମଲା ଦ୍ବିଗୁଣା‌ ହେବା ହାର ୪ ଦିନକୁ ବୃଦ୍ଧି ପାଇଛି। ତେବେ ଯଦି ୪ ଦିନରେ ମାମଲା ଦ୍ବିଗୁଣ ହେବା ବଜାୟ ରହେ ତାହାଲେ ମେ' ୧୫ ବେଳକୁ ଅହମଦାବାଦ୍‌ରେ କରୋନା ମାମଲା ୫୦,୦୦୦ ପହଞ୍ଚିଥିବ ଏବଂ ମେ' ୩୧ ବେଳକୁ ଏହା ୮ ଲକ୍ଷରେ ପହଞ୍ଚିଥିବ। କିନ୍ତୁ ଯଦି ମାମଲା ଦ୍ବିଗୁଣ ହେବା ହାର ୭ରୁ ୮ ଦିନକୁ ବଢ଼ିଯାଆନ୍ତା ତାହାଲେ ମେ' ୧୫ ସୁଦ୍ଧା ମାମଲା ୧୦,୦୦୦ରେ ପହଞ୍ଚିବ ଏବଂ ମେ' ୩୧ ବେଳକୁ ଏହା ୫୦,୦୦୦ ପହଞ୍ଚିବ।

publive-image Image Source: Hindustan Times

ଦକ୍ଷିଣ କୋରିଆ ଅତ୍ୟନ୍ତ ସଫଳତାର ସହ ଏହାର ମାମଲା ଦ୍ବିଗୁଣା ହେବା ସମୟକୁ ୮ ଦିନ ବୃଦ୍ଧି କରିବାପାଇଁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷେ ୟୁରୋପ୍‌ ଏବଂ ଆମେରିକାରେ କରୋନା ମାମଲା ଦ୍ବିଗୁଣ ହେବାପାଇଁ ୩ରୁ ୪ ଦିନ ଲାଗୁଛି। କିନ୍ତୁ ଅହମଦାବାଦ୍‌ରେ ଯଦି କରୋନା ମାମଲା ଦ୍ବିଗୁଣ ହେବାପାଇଁ ୧୦ ଦିନ ଲାଗେ ତେବେ ମେ' ୧୫ ବେଳକୁ ମାମଲା ୭,୦୦୦ ଏବଂ ମେ' ୩୧ ବେଳକୁ ଏହା ୨୦,୦୦୦ରୁ ୨୫,୦୦୦ରେ ପହଞ୍ଚିବ। ନେହରା କହିଛନ୍ତି ଯଦି ଲୋକଙ୍କ ସହଯୋଗ ମିଳେ ତେବେ ଅହମଦାବାଦ୍‌ରେ କରୋନାକୁ ନିୟନ୍ତ୍ରଣ କରିହେବ। ଲୋକଙ୍କ ସମର୍ଥନ ରହିଲେ ଅହମଦାବାଦ୍‌ରେ ମେ' ଶେଷ ବେଳକୁ ମାମଲା ୨୫,୦୦୦ ପହଞ୍ଚିବ ନଚେତ୍‌ ଏହା ୮ ଲକ୍ଷରୁ ଅଧିକ ଟପିଯିବ। ତେବେ ମେ' ୩ ପରେ ଲକ୍‌ଡାଉ୍‌ ଉଠିଲେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବ। ଏପରିକି ମାମଲା ଦ୍ବିଗୁଣା ହେବା ଖୁବ୍‌ ଜଲ୍‌ଦି ବଢ଼ିଯିବ। ଅହମଦାବାଦ୍‌ରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୩୮ ରହିଥିବା ବେଳେ ସକ୍ରିୟ ମାମଲା ୧୪୫୯ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe