ଭବାନୀପୁର ଉପନିର୍ବାଚନ ବାତିଲ ହେବ ନାହିଁ, ଧାର୍ଯ୍ୟ ତାରିଖରେ ମତଦାନ କରିବେ ଲୋକେ: କୋଲକାତା ହାଇକୋର୍ଟ

Advertisment
ଭବାନୀପୁର ଉପନିର୍ବାଚନ ବାତିଲ ହେବ ନାହିଁ, ଧାର୍ଯ୍ୟ ତାରିଖରେ ମତଦାନ କରିବେ ଲୋକେ: କୋଲକାତା ହାଇକୋର୍ଟ

www.indiatoday.in

କୋଲକାତା: ଭବାନୀପୁରରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ନିର୍ବାଚନ କମିସନ ଜାରି କରିଥିବା ପ୍ରେସ ନୋଟକୁ ନେଇ ଏହାକୁ ବାତିଲ କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହେଲେ ଆଜି କୋଲକାତା ହାଇକୋର୍ଟ ଉପନିର୍ବାଚନକୁ ବାତିଲ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବାତିଲ ଆବେଦନକୁ ଖାରଜ କରି ନିର୍ଦ୍ଧାରିତ ହୋଇଥିବା ତାରିଖରେ ହିଁ ମତଦାନ ହେବ ବୋଲି କହିଛନ୍ତି ହାଇକୋର୍ଟ।

ହାଇକୋର୍ଟ କହିଛନ୍ତି ଯେ, ଯେହେତୁ ସେପ୍ଟେମ୍ବର ୪, ୨୦୨୧ ତାରିଖ ଦିନ ଏକ ପ୍ରେସ ନୋଟ୍ ପ୍ରଦାନ ସହିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ତେଣୁ ମତଦାନ ସେପ୍ଟେମ୍ବର ୩୦,୨୦୨୧ ରେ ହେବ। ଆମେ ନିର୍ବାଚନ କମିସନଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଚାହୁଁନାହିଁ। ସୟନ ବାନାର୍ଜୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଆଇଏଲ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Calcutta High Court directs schools to not expel students for unpaid fees -  Telegraph India Telegraph India

ଆବେଦନକାରୀ ଦାବି କରିଥିଲେ ଯେ, ନିର୍ବାଚନ କମିସନ ଜାରି କରିଥିବା ପ୍ରେସ ନୋଟରେ କୁହାଯାଇଥିଲା, ସାମ୍ବିଧାନିକ ଆବଶ୍ୟକତା ଏବଂ ପଶ୍ଚିମବଙ୍ଗର ସ୍ବତନ୍ତ୍ର ଅନୁରୋଧକୁ ବିଚାର କରି ଭବାନୀପୁର ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟ ସଚିବଙ୍କ ଏଭଳି ଚିଠିଟି ଭାରତୀୟ ସମ୍ବିଧାନ ବ୍ୟବସ୍ଥାର ସ୍ପଷ୍ଟ ଉଲ୍ଲଂଘନ। ତେଣୁ ଏହାକୁ ବାତିଲ କରାଯାଉ। ତେବେ ଏଭଳି ସ୍ଥିତିରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିବା ବେଳେ ଉପନିର୍ବାଚନ ବାତିଲ କରାଯାଇପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe