୬ଟି ରାଜ୍ୟରେ ୩ ଲୋକସଭା ଏବଂ ୭ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

Advertisment
ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୯.୩% ମତଦାନ

Image Courtesy of NDTV

ନୂଆଦିଲ୍ଲୀ: ଆଜି ଦେଶର ୬ଟି ରାଜ୍ୟରେ ୩ଟି ଲୋକସଭା ଏବଂ ୭ଟି ବିଧାନସଭା ଆସନ ନିମନ୍ତେ ଆୟୋଜିତ ଉପନିର୍ବାଚନ ପାଇଁ ମତଦାନ ଚାଲିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ବାତାବରଣରେ ଆଜି ସକାଳ ୮ରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୩ଜଣ ମହିଳା ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୬ଜଣ ପ୍ରାର୍ଥୀ ଏହି ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୩୫ ଲକ୍ଷ ଭୋଟ୍‌ ଦାତା ଉକ୍ତ ୧୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିରୂପଣ କରିବେ।

ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଚଳିତ ବର୍ଷ ଉତ୍ତର ପ୍ରଦେଶ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଆଜମଗଡ଼ ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ। ତେଣୁ, ସେଠାରେ ଉପନିର୍ବାଚନ ଆବଶ୍ୟକ ଥିଲା। ସେହିପରି, ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାଁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବା ପରେ ରାମପୁର ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ଜରୁରୀ ଥିଲା।

publive-image Image Courtesy of Mint

ତେଣେ, ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ଭଗୱନ୍ତ ମାନ୍‌ ସଙ୍ଗ୍‌ରୁର୍‌ ଲୋକସଭା ଆସନରୁ ଇସ୍ତଫା ଦେବା ପରେ ସେଠାରେ ବି ଉପନିର୍ବାଚନ ଆବଶ୍ୟକ ଥିଲା। ସମ୍ପ୍ରତି ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି।

ସେହିପରି, ନିକଟରେ ‘ଆପ୍‌’ ବିଧାୟକ ରାଘବ ଚଢ଼ା ରାଜ୍ୟସଭା ସଦସ୍ୟ ହୋଇଯିବାରୁ ସେ ବିଧାୟକ ଥିବା ଦିଲ୍ଲୀର ରାଜିନ୍ଦର ନଗର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଆୟୋଜନ କରାଯାଇଛି।

ଏହାଛଡ଼ା, ଝାଡ଼ଖଣ୍ଡର ମନ୍ଦର, ଆନ୍ଧ୍ରପ୍ରଦେଶର ଆତ୍ମକୁର ଏବଂ ତ୍ରିପୁରାର ଅଗରତାଲା, ଟାଉନ୍‌ ବୋର୍ଦୋୱାଲି, ସୁର୍‌ମା ଏବଂ ଜୁବରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ଚାଲିଛି।

ରବିବାର ଦିନ ଭ‌ୋଟ୍‌ ଗଣନା କରାଯାଇ ଫଳାଫଳ ପ୍ରକାଶ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe