indiatoday
ନୂଆଦିଲ୍ଲୀ: ସୋମବାର ଦିନ ଇରାନର ରାଜଧାନୀ ତେହେରାନ ଅଭିମୁଖେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ଆଇଏଏଫ୍ ସି-୧୭ ଗ୍ଲୋବାମାଷ୍ଟର ରାତି ୮ଟାରେ ଉଡାଣ ଭରିବ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସାମରିକ ପରିବହନ ବିମାନ ସି-୧୭ ଗ୍ଲୋବାମାଷ୍ଟରକୁ କରୋନାଭାଇରସ୍ ପ୍ରଭାବିତ ଇରାନରେ ଫସି ରହିଥିବା ଭାରତୀୟମାନଙ୍କୁ ଥଇଥାନ କରିବା ପାଇଁ ବ୍ୟବହୃତ କରାଯାଇଛି।
ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତ ସରକାର ଇରାନକୁ ବିଶେଷଜ୍ଞ ଓ ମୋବାଇଲ୍ ଲାବୋରେଟୋରୀ ପଠାଇଛନ୍ତି। ଏହି ବିଶେଷଜ୍ଞମାନେ କାମ ଆରମ୍ଭ କରିବା ପାଇଁ କଷ୍ଟମ୍ କ୍ଲିୟରାନ୍ସକୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ, ଆମେ ସେଠାରୁ ନମୁନା ଆଣିଛୁ ଏବଂ ଯେତେବେଳେ ସେହି ନମୁନାର ରିପୋର୍ଟ ନେଗେଟିଭ୍ ଆସିବ, ଆମେ ସେମାନଙ୍କୁ (ଇରାନରେ ଥିବା ଭାରତୀୟ) ଫେରାଇ ଆଣିବୁ ବୋଲି ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି।
The Economic Timesଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମାର୍ଚ୍ଚ ୯ ସୁଦ୍ଧା ଦେଶରେ କୋଭିଡ -୧୯ର ୪୩ ଟି ସକ୍ରିୟ ମାମଲା ନିଶ୍ଚିତ କରିଛନ୍ତି। ଏଥିମଧ୍ୟରୁ ଜଣେ ରୋଗୀ ଇରାନ୍ରୁ ଆସିଥିବା ଜଣାପଡ଼ିଥିଲା। ଇରାନ୍ରେ କରୋନାଭାଇରସ୍ରେ ମୃତ୍ୟୁ ସଂଖ୍ୟା ୨୩୦ରେ ପହଞ୍ଚିଛି। ଇରାନ୍ରେ ସର୍ବମୋଟ ୭,୧୦୦ଟି କରୋନା ସଂକ୍ରମିତ ସଂଖ୍ୟା ସାମ୍ନାକୁ ଆସିଥିବା ବେଳେ ଇରାନ ସରକାର ଏହି ରୋଗର ମୁକାବିଲା ପାଇଁ ସଂଘର୍ଷ କରୁଛନ୍ତି।
ଦେଶରେ କରୋନାଭାଇରସ୍ ସଂକ୍ରମଣ ଭୟରେ ଇରାନ ପ୍ରାୟ ୭୦,୦୦୦ କଏଦୀଙ୍କୁ ମୁକ୍ତ କରିଛି ବୋଲି ଇରାନର ନ୍ୟାୟପାଳିକା ମୁଖ୍ୟ ଇବ୍ରାହିମ ରାଇସି ସୋମବାର କହିଛନ୍ତି।
Follow Us