ବିଜେପି ମୁସଲମାନ ବିରୋଧୀ ନୁହେଁ କି, ନାଗରିକତା ସଂଶୋଧନ ଆଇନ ଭାରତୀୟ ମୁସଲମାନମାନଙ୍କ ବିରୋଧରେ ନୁହେଁ: ନୀତିନ ଗଡ଼କରି

Advertisment
ନୂତନ ୩ଟି କୃଷି ଆଇନକୁ ଚାଷୀମାନେ ପ୍ରଥମେ ବୁଝିବା ଉଚିତ: ନିତିନ ଗଡକରୀ

image source--oneindia

ନାଗପୁର: ଦେଶରେ ମୁସଲମାନମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି। ଗତକାଲି ସେ ନାଗପୁରଠାରେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଆୟୋଜିତ ଏକ ରାଲିରେ ଏହା କହିଥିବା ଜଣାଯାଇଛି। ବିଜେପି ଏବଂ ଆରଏସଏସ ପକ୍ଷରୁ ଆୟୋଜିତ ଏହି ରାଲିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଆହୁରି ମଧ୍ୟ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ଭାରତୀୟ ମୁସଲମାନମାନଙ୍କ ବିରୋଧରେ ନୁହେଁ। ଏହାକୁ ନେଇ ସେମାନେ ବିଚଳିତ ହେବା ଉଚିତ ନୁହେଁ।

 Image Source-India Today

ବିଜେପି ମୁସଲମାନ ବିରୋଧୀ ନୁହେଁ । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ଏଥିରେ ସଫଳ ହେବେ ନାହିଁ । କିଛି ବିରୋଧୀ ଦଳ ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ଭୟ ସୃଷ୍ଟି କରିବା ସହ ରାଜନୀତି କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଅଭିଯୋଗ କରିଛନ୍ତି  । ଏହି ଆଇନ ଆଦୌ ମୁସଲମାନ ବିରୋଧୀ ନୁହେଁ। ତେଣୁ ସମସ୍ତେ ଏହି ଆଇନକୁ ନେଇ ଥିବା ସତ୍ୟତାକୁ ସୋସିଆଲ ମିଡିଆରେ ସେୟାର କରିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe