ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ବିକ୍ଷୋଭକାରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେଲା ତୃଣମୂଳ କଂଗ୍ରେସ

ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ବିକ୍ଷୋଭକାରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେଲା ତୃଣମୂଳ କଂଗ୍ରେସ

image source-Amarujala

ମାଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନ ବିରୋଧରେ କର୍ଣ୍ଣାଟକର ମାଙ୍ଗାଲୁରୁରେ ହୋଇଥିବା ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ୨ ଜଣ ବିକ୍ଷୋଭକାରୀଙ୍କ ପରିବାରକୁ ତୃଣମୂଳ କଂଗ୍ରେସ ପକ୍ଷରୁ ଆଜି ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଦଳର ବରିଷ୍ଠ ନେତା ଦିନେଶ ତ୍ରିବେଦୀ ମାଙ୍ଗାଲୁରୁରେ ମୃତ ବିକ୍ଷୋଭକାରୀଙ୍କ ପରିବାରକୁ ଭେଟିଥିଲେ ଏବଂ ସେମାନଙ୍କୁ ସମବେଦନା ଜଣାଇଥିଲେ। ଏହାପରେ ସେ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ,  ଗତ ୧୯ ତାରଖରେ ମାଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଏକ ହିଂସାକାଣ୍ଡ ଘଟିଥିଲା। ଏଥିରେ ଦୁଇଜଣଙ୍କର ପ୍ରାଣହାନି ଘଟିଥିଲା।  ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦିୟୁରାପ୍ପା ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବିକ୍ଷୋଭକାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ, କିନ୍ତୁ ପରେ ୟେଦିୟୁରାପ୍ପା ସରକାର ନିଜ ଘୋଷଣାକୁ ପ୍ରତ୍ୟାହାର କରିଥିଲେ ।


ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  କ୍ଷୁବ୍ଧ ହୋଇଥିଲେ।  ମମତା ବାନାର୍ଜୀ ମାଙ୍ଗାଲୁରୁରେ ମୃତ ବିକ୍ଷୋଭକାରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe