ଅଭିନେତ୍ରୀ ରଶିକା ଆଗାସେଙ୍କ ବିବାଦୀୟ ବୟାନ- 'ମେଁ ହିନ୍ଦୁ ହୁଁ ଔର୍ ଶର୍ମିନ୍ଦା ହୁଁ'

Advertisment
ଅଭିନେତ୍ରୀ ରଶିକା ଆଗାସେଙ୍କ ବିବାଦୀୟ ବୟାନ- 'ମେଁ ହିନ୍ଦୁ ହୁଁ  ଔର୍ ଶର୍ମିନ୍ଦା ହୁଁ'

Oneindia Hindi

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ, ଏନଆରସି ଏବଂ ଏନପିଆରକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀର ଶାହିନ୍ ବାଗ୍ ହେଉ ବା କୋଲକାତାର ପାର୍କ ସର୍କସ୍ ମଇଦାନ ହେଉ, ହଜାର ହଜାର ସଂଖ୍ୟାର ଲୋକ ଧାରଣାରେ ବସି ରହିଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ଦୁଇ ଭାଗ ହୋଇ ସାରିଥିବା ବେଳେ ଟେଲିଭିଜନ ଅଭିନେତ୍ରୀ ତଥା ବଲିଉଡ୍ ଅଭିନେତା ମହମ୍ମଦ ଜିଶାନ୍ ଅୟୁବଙ୍କ ପତ୍ନୀ ରଶିକା ଆଗାସେଙ୍କ ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ହିନ୍ଦୁ ହୋଇ ଜନ୍ମ ହୋଇଥିବାରୁ ସେ ଲଜ୍ଜିତ ବୋଲି କହିଛନ୍ତି।

Image result for /caa-protest-i-am-hindu-and-ashamed-says-actor-zeeshan-ayyub-wife-rasika-agashe Telegraph India

କୋଲକାତାରେ ଧାରଣାରେ ବସିଥିବା ବିକ୍ଷୋଭକାରୀଙ୍କ ପାଖରେ ପହଞ୍ଚି ଏଭଳି ବୟାନ ଦେଇଛନ୍ତିି ରଶିକା। ‘ଦ ଟେଲିଗ୍ରାଫ୍’ ପକ୍ଷରୁ ମିଳିଥିବା ସୂଚନାନୁସାରେ, ବୁଧବାର ରାତିରେ କୋଲକାତାର ପାର୍କ ସର୍କସ୍ ମଇଦାନରେ ପହଞ୍ଚି ରଶିକା କହିଥିଲେ, ମୁଁ ମହମ୍ମଦ ଜିଶାନ୍ ଅୟୁବଙ୍କ ପତ୍ନୀ। ମୁଁ ଜଣେ ହିନ୍ଦୁ। ଗୋଟେ କବିତା ଅଛି- ମେଁ ହିନ୍ଦୁ ହୁଁ ଔର୍ ଶର୍ମିନ୍ଦା ହୁଁ। ମୁଁ କହିବାକୁ ଚାହିବି କି, ଭାରତ ଭଳି ହିନ୍ଦୁ ରାଷ୍ଟ୍ରରେ ଆମ ଭଳି ହିନ୍ଦୁମାନେ ଆଜି ଲଜ୍ଜିତ। କାରଣ ହିନ୍ଦୁ ରାଷ୍ଟ୍ରରେ ଗୋଟେ ଧର୍ମର ଲୋକମାନଙ୍କୁ ଏଭଳି ରାସ୍ତାରେ ବସି ନିଜ ଅଧିକାର ପାଇଁ ଲଢ଼େଇ କରିବାକୁ ପଡ଼ୁଛି। ଧାରଣାରେ ବସିଥିବା ମହିଳାମାନଙ୍କୁ ଦେଖି ରଶିକା ଏଭଳି ବୟାନ ଦେଇଥିବା ବେଳେ ଆପଣମାନେ ଏକା ନୁହନ୍ତି, ଆମେ ସାଥୀରେ ଅଛୁ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe