latestly
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିବା ସମୟରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି । ଗୁରୁବାର ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ବାହାରେ ଅନେକ ମୁସଲମାନ ଛାତ୍ରଛାତ୍ରୀ ଓ ପ୍ରଦର୍ଶନକାରୀ ନମାଜ ପାଠ କରିଥିଲେ । ଏହି ସମୟରେ ନମାଜ ପଢ଼ୁଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କୁ ଚାରିପଟୁ ଅନ୍ୟ ସମ୍ପ୍ରଦାୟର ଲୋକେ ଘେରି ଏକ ମାନବ ଶୃଙ୍ଖଳ ନିର୍ମାଣ କରିଥିଲେ। ନମାଜ ସମୟରେ ସେମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେଇଥିଲେ। ଏହି ଦୃଶ୍ୟ ସ୍ପଷ୍ଟ କରୁଥିଲା କି ଭାରତରେ ସଂପ୍ରଦାୟିକ ସଦଭାବ ଏବେ ବି ଖୁବ୍ ଶକ୍ତ ଓ ଦୃଢ଼। ଏହାର ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ବାହାରେ ପ୍ରଦର୍ଶନକାରୀଙ୍କ ମାନବଶୃଙ୍ଖଳ ଭିତରେ ନମାଜ ପାଠ ହେଉଥିବା ଦେଖିବାକୁ ମିଳିଥିଲା। ଏଥିସହିତ ଦିଲ୍ଲୀ ପୁଲିସ ଅଟକ ରଖିଥିବା ପ୍ରଦର୍ଶନକାରୀଙ୍କୁ ସୁରଜମଲ ଷ୍ଟାଡିୟମରେ ପାଣି ପିଇବାକୁ ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
/sambad/media/post_attachments/wp-content/uploads/2019/12/untitled-1576749542.jpg)
ଉଲ୍ଲେଖଯୋଗ୍ୟ, ନାଗରିକତା (ସଂଶୋଧନ) ଆଇନ୍କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିପାଇଁ ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ୍କୁ ବନ୍ଦ କରି ଦିଆଯାଇଛି। ଲାହୋର ଗେଟ, କଶ୍ମୀର ଗେଟ ଓ କୋତବାଲି ପୁଲିସ ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। କିଛି ସ୍ଥାନରେ ମୋବାଇଲ୍ ଫୋନ୍ କଲିଂ, ଇଣ୍ଟରନେଟ ଓ ଏସ୍ଏମଏସ୍ ସେବାକୁ ବନ୍ଦ କରି ଦିଆଯାଇଛି।
Follow Us