ରାଜଧାନୀ ଦିଲ୍ଲୀରେ ଅଣାୟତ୍ତ ହେଉଛି ସିଏଏ ବିରୋଧୀ ଆନ୍ଦୋଳନ; ଦରିଆଗଞ୍ଜରେ ଜଳିଲା ନିଆଁ; ଆନ୍ଦୋଳନକାରୀ ଓ ପୁଲିସ୍‌ ମୁହାଁମୁହିଁ

Advertisment
ରାଜଧାନୀ ଦିଲ୍ଲୀରେ ଅଣାୟତ୍ତ ହେଉଛି ସିଏଏ ବିରୋଧୀ ଆନ୍ଦୋଳନ; ଦରିଆଗଞ୍ଜରେ ଜଳିଲା ନିଆଁ; ଆନ୍ଦୋଳନକାରୀ ଓ ପୁଲିସ୍‌ ମୁହାଁମୁହିଁ

OutLookIndia

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି (ଶୁକ୍ରବାର) ସନ୍ଧ୍ୟାରେ ଆଉଥରେ ଉଗ୍ର ହୋଇପଡ଼ିବା ସହ ହିଂସାତ୍ମକ ରୂପ ନେଇଛି। ଆନ୍ଦୋଳନକାରୀମାନେ ବ୍ୟାପକ ପୋଡ଼ାଜଳା କରିବା ସହ ପୁଲିସ୍‌ ବାହିନୀ ଉପରକୁ ଟେକାପଥର ମାଡ଼ କରିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନକାରୀମାନଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ୍‌ ସେମାନଙ୍କ ଉପରକୁ ପାଣି (ଓ୍ଵାଟର କାନନ୍‌) ମାଡ଼ କରିଛି।

ପୁରୁଣା ଦିଲ୍ଲୀର ଦରିଆଗଞ୍ଜ ଠାରେ ଆନ୍ଦୋଳନକାରୀମାନେ କିଛି ଗାଡ଼ିରେ ନିଆଁ ଲଗାଇଦେବା ଦେବାପରେ ପୁଲିସ୍‌ ଓ ଆନ୍ଦୋଳନକାରୀମାନେ ମୁହାଁମୁହିଁ ହୋଇଛନ୍ତି।

ସେହିପରି ଆନ୍ଦୋଳନକାରୀମାନେ ଦିଲ୍ଲୀଗେଟ୍‌ ଠାରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ଇଣ୍ଡିଆ ଗେଟ୍‌ ଆଡ଼କୁ ପୁଲିସ୍‌ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଆନ୍ଦୋଳନକାରୀମାନେ ପୁଲିସ୍‌ ବାହିନୀ ଉପରକୁ ଟେକା ପଥର ମାଡ଼ କରିଥିଲେ।

ଆନ୍ଦୋଳନ କ୍ରମେ ଉଗ୍ର ରୂପ ନେଉଥିବା ଦେଖିବା ପରେ ୧୭ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି।

ରାଜଧାନୀ ଦିଲ୍ଲୀର ଅନେକ ପ୍ରମୁଖ ରାଜପଥରେ ଯାନବାହନ ଚଳାଚଳକୁ ଦିଲ୍ଲୀ ଟ୍ରାଫିକ୍‌ ପୁଲିସ୍‌ ବନ୍ଦ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe