ଭାରତୀୟ ମହାକାଶ ନୀତି ୨୦୨୩କୁ ଅନୁମୋଦନ କଲା କ୍ୟାବିନେଟ୍‌; ମହାକାଶ କ୍ଷେତ୍ରରେ ଅଂଶଗ୍ରହଣ ପାଇଁ ଘରୋଇ କମ୍ପାନିଙ୍କୁ ସୁଯୋଗ

Advertisment
ଭାରତୀୟ ମହାକାଶ ନୀତି ୨୦୨୩କୁ ଅନୁମୋଦନ କଲା କ୍ୟାବିନେଟ୍‌; ମହାକାଶ କ୍ଷେତ୍ରରେ ଅଂଶଗ୍ରହଣ ପାଇଁ ଘରୋଇ କମ୍ପାନିଙ୍କୁ ସୁଯୋଗ

Image Courtesy of India Today

ନୂଆଦିଲ୍ଲୀ: ଗୁରବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍‌ ଭାରତୀୟ ମହାକାଶ ନୀତି ୨୦୨୩କୁ ଅନୁମୋଦନ କରିଛି। ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନିଗୁଡ଼ିକୁ ଅଂଶ ଗ୍ରହଣ କରିବା ଲାଗି ଏହି ନୀତିରେ ସ୍ବୀକୃତି ମିଳିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତ‌ାରେ ଅନୁଷ୍ଠିତ ‘କ୍ୟାବିନେଟ୍‌ କମିଟି ଅନ୍‌ ସିକ୍ୟୁରିଟି’ ଏହି ‘ଭାରତୀୟ ମହାକାଶ ନୀତି’କୁ ଅନୁମୋଦନ କରିଛି।

ମହାକାଶ କ୍ଷେତ୍ରରେ ଘରୋଇ ସେକ୍ଟର୍‌ର ପ୍ରବେଶ ଘଟିଲେ ‘ଇସ୍ରୋ’ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତି ସଂକ୍ରାନ୍ତ ଗବେଷଣା ଓ ବିକାଶ ଉପରେ ଅଧିକ ଧ୍ୟାନ ନିବେଶ କରିପାରିବ।

ଏହାଛଡ଼ା, ଏହି ମହାକାଶ ନୀତିରେ ‘ଇସ୍ରୋ’, ମହାକାଶ କ୍ଷେତ୍ରର ‘ପବ୍ଲିକ୍‌ ସେକ୍ଟର୍‌ ଅଣ୍ଡର୍‌ଟେକିଙ୍ଗ୍‌’ ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ (ଏନ୍‌ଏସ୍‌ଆଇଏଲ୍‌) ଏବଂ ‘ନ୍ୟାସ୍‌ନାଲ୍‌ ସ୍ପେସ୍‌ ପ୍ରମୋସନ୍‌ ଆଣ୍ଡ୍‌ ଅଥରାଇଜେସନ୍‌ ସେଣ୍ଟର୍‌’ର (ଇନ୍‌-ସ୍ପେସ୍‌) ଭୂମିକା ଓ ଦାୟିତ୍ବ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି।

publive-image Image Courtesy of Social News XYZ

ଏହି ନୀତି ବିଷୟରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା କରିବା ବେଳେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ସଂକ୍ଷିପ୍ତରେ କହିବାକୁ ଗଲେ ‘ଭାରତୀୟ ମହାକାଶ ନୀତି’ ‘କମ୍ପୋନେଟ୍‌ସ୍‌ ସେଟ୍‌ଅପ୍‌’ର ଭୂମିକା ସୁସ୍ପଷ୍ଟ କରିବ।

କୃତ୍ରିମ ଉପଗ୍ରହ, ରକେଟ୍‌ ଏବଂ ଉତ୍‌କ୍ଷେପଣ ଯାନ ନିର୍ମାଣ, ତଥ୍ୟାବଳି ସଂଗ୍ରହ ଓ ସୂଚନା ପ୍ରସାରଣ ଭଳି ମହାକାଶ ବ୍ୟାପାରରେ ଅଂଶ ଗ୍ରହଣ କରିବା ଲାଗି ଏହି ନୀତି ଘରୋଇ ସେକ୍ଟର୍‌କୁ ଅନୁମତି ପ୍ରଦାନ କରିବ ବୋଲି ସିଂହ କହିଛନ୍ତି।

‘ଇସ୍ରୋ’ର ଅଧ୍ୟକ୍ଷ ଏସ୍. ସୋମନାଥ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ମହାକାଶ ନୀତିର ମୁଖ୍ୟ ଲକ୍ଷ୍ୟ ହେଉଛି ମହାକାଶ କ୍ଷେତ୍ରରେ ଘରୋଇ ପ୍ରତିଷ୍ଠାନଗୁଡ଼ିକର ଅଂଶ ଗ୍ରହଣ ବୃଦ୍ଧି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe