Image Courtesy of Zee News
ନୂଆଦିଲ୍ଲୀ: ସିଭିଲ୍ ସର୍ଭାଣ୍ଟ୍ଙ୍କ ଦକ୍ଷତା ବୃଦ୍ଧି ଲାଗି ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ‘ମିସନ୍ କର୍ମଯୋଗୀ’ ଯୋଜନା ଅନୁମୋଦନ କରିଛି। ଭବିଷ୍ୟତରେ ଏହି ମିସନ୍ ସମ୍ପୃକ୍ତ ଅଧିକାରୀମାନଙ୍କୁ ସହାୟକ ହେବ ବୋଲି କ୍ୟାବିନେଟ୍ କହିଛି।
କ୍ୟାବିନେଟ୍ଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଲେ, ସରକାରରେ ଏହା ହେଉଛି ସର୍ବ ବୃହତ୍ ମାନବ ସମ୍ବଳ ବିକାଶ ସଂସ୍କାର।
ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ଏହି ଯୋଜନାର ଶୀର୍ଷରେ ରହିବ କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଗଠିତ ମାନବ ସମ୍ବଳ କାଉନ୍ସିଲ୍। ଏଥିରେ କେତେକ ବିଖ୍ୟାତ ଚିନ୍ତାନାୟକ (ପ୍ରସିଦ୍ଧ ଶିକ୍ଷାବିତ୍, ବୈଶ୍ବିକ ନେତା) ଏବଂ ସିଭିଲ୍ ସର୍ଭିସ୍ ଲିଡର୍ସିପ୍ ମଧ୍ୟ ରହିବେ।
Image Courtesy of Hindustan Timesପ୍ରକାଶ ଜାଭଡ଼େକରଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ‘ଡିପାର୍ଟମେଣ୍ଟ୍ ଅଫ୍ ପର୍ସୋନେଲ୍ ଆଣ୍ଡ୍ ଟ୍ରେନିଙ୍ଗ୍’ର ସଚିବ ସି ଚନ୍ଦ୍ରମୌଳି କହିଛନ୍ତି, ସରକାରଙ୍କ ଦୃଷ୍ଟିରେ ଜଣେ ସିଭିଲ୍ ସର୍ଭାଣ୍ଟ୍ ଯେମିତି ହେବା କଥା, ତାହାରି ଉପରେ ଯୋଜନାଟି ଆଧାରିତ। ବିଶ୍ବର ଆହ୍ବାନକୁ ମୁକାବିଲା କରିବାକୁ ଆଜିର ସିଭିଲ୍ ସର୍ଭାଣ୍ଟ୍ କଳ୍ପନାପ୍ରବଣ ଏବଂ ନବପ୍ରୟାସୀ, ଦୁଃସାହସୀ ଏବଂ ଭଦ୍ର, ପେସାଦାର ଏବଂ ପ୍ରଗତିଶୀଳ, ଚଳଚଞ୍ଚଳ ଏବଂ ସମର୍ଥ, ସ୍ବଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟାଯୁକ୍ତ, ଗଠନଶୀଳ ଏବଂ ସର୍ଜନଶୀଳ ହେବା ଉଚିତ।
ସେ ଆହୁରି ମଧ୍ୟ କହିଲେ ଯେ, ‘ମିସନ୍ କର୍ମଯୋଗୀ’ ବ୍ୟକ୍ତି (ସିଭିଲ୍ ସର୍ଭାଣ୍ଟ୍) ଏବଂ ଆନୁଷ୍ଠାନିକ ସାମର୍ଥ୍ୟ ସୃଷ୍ଟି କରାଇବା ଉପରେ ଧ୍ୟାନ ଦେବ। ସେକ୍ସନ୍ ଅଫିସର୍ଙ୍କ ଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ଯୋଜନ ଉନ୍ମୁକ୍ତ।
Follow Us