ଦିଲ୍ଲୀରେ ‘ମହିଳା ସମୃଦ୍ଧି ଯୋଜନା’କୁ କ୍ୟାବିନେଟ୍‌ ମଞ୍ଜୁରି: ହିତାଧିକାରୀ ପାଇବେ ମାସକୁ ୨୫୦୦ ଟଙ୍କା

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦିଲ୍ଲୀରେ ‘ମହିଳା ସମୃଦ୍ଧି ଯୋଜନା’  କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଛି ଏବଂ କ୍ୟାବିନେଟ୍‌ରେ ଏହି ଯୋଜନାକୁ ମଂଜୁରି ମଳିଛି।

dgdgcv

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦିଲ୍ଲୀରେ ‘ମହିଳା ସମୃଦ୍ଧି ଯୋଜନା’  କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଛି ଏବଂ କ୍ୟାବିନେଟ୍‌ରେ ଏହି ଯୋଜନାକୁ ମଂଜୁରି ମଳିଛି। ଏହି ଯୋଜନା ଅଧୀନରେ ଦିଲ୍ଲୀରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ମାସିକ ୨୫୦୦ ଟଙ୍କା ମିଳିବ।  ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନ୍ୟ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ଆଜି ଏହି ଘୋଷଣା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ  କହିଛନ୍ତି, ଆଜି ମହିଳା ଦିବସlରେ ମହିଳା ସମୃଦ୍ଧି ଯୋଜନାକୁ ଅନୁମୋଦନ କରାଯିବା ବଡ଼ ଉପଲବ୍ଧି।

ଏହି ଯୋଜନା କାର୍ଯ୍ୟକାରୀ କରିବାପାଇଁ ଦିଲ୍ଲୀ ବଜେଟ୍‌ରେ ୫୧୦୦ କୋଟି ଟଙ୍କାର ଆବଣ୍ଟନ ହୋଇଛି।   ଏଥିସହ ଯୋଜନାର ପଞ୍ଜୀକରଣ ଖୁବ୍‌ଶୀଘ୍ର ଆରମ୍ଭ ହେବ ଏବଂ ଏକ ପୋର୍ଟାଲ୍‌ ମଧ୍ୟ  ଲଞ୍ଚ୍‌ ହେବ।  ମିଳିଥିବା ସୂଚନାନୁଯାୟୀ ୨.୫ ଲକ୍ଷ ପର୍ଯ୍ୟନ୍ତ ବା‌ର୍ଷିକ ରୋଜଗାର ଏବଂ ୧୮ରୁ ୬୦ ବର୍ଷ ବୟସ ବର୍ଗର ମହିଳା ଏହି ସୁବିଧା ପାଇପାରିବେ।   ତେବେ ଆପ୍‌ ବିଜେପିକୁ ଏହି ପ୍ରସଙ୍ଗରେ ସମାଲୋଚନା କରିଛି। ଆପ୍‌ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି,  ଏହା କେବଳ ଲୋକ ଦେଖାଣିଆ। କକ୍କର କହିଛନ୍ତି, କୌଣସି ତାରିଖ ସ୍ଥିର ନକରି ସରକାର ଏହି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe