ବାୟୁସେନା ପାଇଁ ୫୬ଟି ସି-୨୯୫ ପରିବହନ ବିମାନ ଖରିଦକୁ କ୍ୟାବିନେଟ୍ ମଂଜୁରୀ

Advertisment
ବାୟୁସେନା ପାଇଁ ୫୬ଟି ସି-୨୯୫ ପରିବହନ ବିମାନ ଖରିଦକୁ କ୍ୟାବିନେଟ୍ ମଂଜୁରୀ

ନୂଆଦିଲ୍ଲୀ : ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି  ସ୍ପେନର ଏୟାରବସ୍‌ ଡ଼ିଫେନ୍ସ ଆଣ୍ଡ ସ୍ପେସ୍‌ ଏସଏ ଠାରୁ ଭାରତୀୟ ବାୟୁସେନା ନିମନ୍ତେ ଛପନଟି ସି-୨୯୫ଏମଡବ୍ଲୁ ପରିବହନ ବିମାନ କ୍ରୟ କରିବା ନିମନ୍ତେ ଥିବା ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରିଛି । ସି- ୨୮୫ଏବଡବ୍ଲୁ ବିମାନ ଏକ ପରିବହନ ବିମାନ ଯାହାର ୫ରୁ ୧୦ ଟନ୍‌ ପର୍ଯ୍ୟନ୍ତ ମାଲ ପରିବହନ କରିନେବାର ଦକ୍ଷତା ରହିଛି ଏବଂ ସେହିଭଳି ଭାରତୀୟ ବାୟୁସେନାରେ ଥିବା ପୁରୁଣା ଆଭ୍ରୋ ପରିବହନ ବିମାନରେ ଅତ୍ୟାଧୁନିକ ପ୍ରଯୁକ୍ତି ଖଞ୍ଜାଯିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ମୋହର ମିଳିଛି । ଏହି ବିମାନରେ ଏକ ପଛୁଆ ରାମ୍ପ ଦ୍ୱାର ରହିଛି ଯାହାକି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ସେନା ଓ କାର୍ଗୋର ପାରା ଡ୍ରପିଂ ନିମନ୍ତେ ଏକାନ୍ତ ମହତ୍ତ୍ୱପୂର୍ଣ୍ଣ ।

ଚୁକ୍ତିନାମା ଅନୁସାରେ ସ୍ପେନରୁ ଏଭଳି ଧରଣର ଷୋହଳଟି ବିମାନ ଉଡାଣ ଭରିବା ଅବସ୍ଥାରେ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ୪୮ ମାସ ମଧ୍ୟରେ ଅଣାଯିବ ଏବଂ ଅନ୍ୟ ୪୦ଟି ବିମାନ ଭାରତରେ ଟାଟା କନସୋର୍ଟିୟମ୍‌ ଦ୍ୱାରା ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଦଶ ବର୍ଷ ଭିତରେ ନିର୍ମିତ ହେବ । ଏହା ଏଭଳି ଧରଣର ପ୍ରଥମ ପ୍ରକଳ୍ପ ଯେଉଁଥିରେ ସାମରିକ ବିମାନ ଭାରତରେ ଏକ ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ହେବାକୁ ଯାଉଛି । ସମସ୍ତ ଛପନଟି ବିମାନରେ ସ୍ୱଦେଶୀ ଜ୍ଞାନକୌଶଳଯୁକ୍ତ ଇଲେକ୍ଟ୍ରୋନିକ୍‌ ଯୁଦ୍ଧ ସୁଟ୍‌ ଖଞ୍ଜାଯିବ । ଏହି ପ୍ରକଳ୍ପ ଭାରତରେ ଏରୋସ୍ପେସ୍‌ ବାତାବରଣକୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ଯୋଗାଇବ ଯେଉଁଥିରେ ସାରା ଦେଶର ଅନେକ ଗୁଡ଼ିଏ ଏମଏସଏମଇ ସାମିଲ ହେବେ । ଏହିସବୁ ଏମଏସଏମଇମାନେ ସେସବୁ ବିମାନର ବିଭିନ୍ନ ଯନ୍ତ୍ରାଂଶ ନିର୍ମାଣ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe