ଦୂର ହେବ ଡାକ୍ତର ଅଭାବ: ବଢିଲା ଏମବିବିଏସ ଏବଂ ପିଜି ସିଟ୍, ରୋଗୀ ସେବାରେ ଉନ୍ନତି ପାଇଁ ବଡ଼ ନିଷ୍ପତ୍ତି…

New Project (6)

ନୂଆଦିଲ୍ଲୀ: ଡାକ୍ତରୀ ପାଠ ପଢିବାକୁ ସ୍ବପ୍ନ ଦେଖୁଥିବା କିମ୍ବା ଡାକ୍ତର ହେବାକୁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ବଢିଲା ଏମବିବିଏସ ଏବଂ ପିଜି ସିଟ୍ । ୫୦୨୩ଟି ଏମବିବିଏସ ଏବଂ ୫ ହଜାର ପିଜି ସିଟ୍ ବୃଦ୍ଧି ପାଇଲା । ଦେଶର ମେଡିକାଲ କଲେଜ, ପିଜି ସଂସ୍ଥାନ ଏବଂ ସରକାରୀ ହସ୍ପିଟାଲରେ ପିଏ ଏବଂ ୟୁଜି ସିଟ୍ ବଢାଇବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆଜି ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ସରକାରୀ ମେଡିକାଲ କଲେଜକୁ ମଜବୁତ ଏବଂ ଅତ୍ୟାଧୁନିକ କରିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ଯେଉଁଥିରେ ମେଡିକାଲ ସିଟ୍ ବୃଦ୍ଧି ନେଇ ମଞ୍ଜୁରୀ ମିଳିଛି । 

ତେବେ ଗୋଟିଏ ମେଡିକାଲ ସିଟ ପାଇଁ ସରକାରୀ ବ୍ୟୟ ୧.୫ କୋଟି କରାଯାଇଥିବା ବେଳେ ସିଟ୍ ବୃଦ୍ଧି ନିଷ୍ପତ୍ତି ସରକାରୀ ମେଡିକାଲରେ ରୋଗୀ ସେବାକୁ ଉନ୍ନତ କରିବା ସହ ଦେଶ ଏବଂ ରାଜ୍ୟ ସ୍ତରରେ ଡାକ୍ତର ଅଭାବକୁ ପୂରଣ କରିବ । ଅନେକ ସମୟରେ ଡାକ୍ତର ଅଭାବ ନେଇ ଅଭିଯୋଗ ଆସୁଥିବା ବେଳେ ଏହି ନିଷ୍ପତ୍ତି ଅଧିକ ଡାକ୍ତର ସୃଷ୍ଟି ଦିଗରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି କୁହାଯାଉଛି ।

ସେପଟେ ଏହି ଦୁଇଟି ଯୋଜନାର ମୋଟ ଆର୍ଥିକ ପ୍ରଭାବ ୨୦୨୫-୨୬ରୁ ୨୦୨୮-୨୯ ପର୍ଯ୍ୟନ୍ତ ୧୫,୦୩୪.୫୦ କୋଟି ଟଙ୍କା । ଏହି ପଦକ୍ଷେପ ଦେଶରେ ଡାକ୍ତରଙ୍କ ସାମଗ୍ରିକ ଉପଲବ୍ଧତାକୁ ସୁଦୃଢ଼ କରିବ । ତେବେ ଭାରତରେ ୮୦୮ଟି ମେଡିକାଲ କଲେଜ ଅଛି ଯେଉଁଥିରେ ଏମବିବିଏସ ସିଟ୍ କ୍ଷମତା ୧,୨୩,୭୦୦। ଗତ ଏକ ଦଶନ୍ଧି ମଧ୍ୟରେ ଅତି କମରେ ୬୯, ୩୫୨ଟି ନୂତନ ଏମବିବିଏସ ସିଟ୍ ଏବଂ ୪୩, ୦୪୧ଟି ପିଜି ସିଟ୍ ଯୋଡାଯାଇଛି ବୋଲି ସୂଚନା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe