ମହିଳା ବିଲ୍‌କୁ କ୍ୟାବିନେଟ୍ ଅନୁମୋଦନ

Advertisment
ମହିଳା ବିଲ୍‌କୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ଲୋକସଭା ଏବଂ ରାଜ୍ୟ ବିଧାନସଭାମାନଙ୍କରେ ମହିଳାମାନଙ୍କ ଲାଗି ୩୩ ଭାଗ ଆସନ ସଂରକ୍ଷିତ ରଖାଯିବ। ଏସଂପର୍କରେ ସଂସଦରେ ବିଲ୍ ଆଗତ କରାଯିବ। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ସରକାରୀ ଭାବେ ଏସଂପର୍କରେ କୌଣସି ସୂଚନା ଦିଆଯାଇ ନଥିଲେ ମଧ୍ୟ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ଏହି ଖବର ମିଳିଛି। ପୁଣି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଳାଦ ଯୋଶୀ ମଧ୍ୟ ‘ଏକ୍ସ’ (ଟୁଇଟର)ରେ ଏସଂପର୍କରେ ସଙ୍କେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି, ମହିଳାଙ୍କ ସଂରକ୍ଷଣ ଲାଗି କେବଳ ମୋଦୀ ସରକାର ହିଁ ସାହସିକ ନିଷ୍ପତ୍ତି ନେଇପାରିବେ।

ସଂସଦର ପାଞ୍ଚଦିନିଆ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ସଂସଦର ଏହି ବିଶେଷ ଅଧିବେଶନରେ ‘ଐତିହାସିକ ନିଷ୍ପତ୍ତି’ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ସୂଚନା ଦେଇଥିବାରୁ ମହିଳା ସଂରକ୍ଷଣ ବିଲକୁ ନେଇ ଅନୁମାନ କରାଯାଉଥିଲା। କ୍ୟାବିନେଟ ବୈଠକ ପରେ ସରକାର ପାରମ୍ପରିକ ସଂକ୍ଷିପ୍ତ ସୂଚନା ପ୍ରଦାନ (ବ୍ରିଫିଂ)କୁ ଏଡ଼ାଇ ଯାଇଛନ୍ତି। ତେଣୁ ସଭିଙ୍କ ଭିତରେ ଉତ୍କଣ୍ଠା ଜାରି ରହିଛି। ଅନୁମାନ କରାଯାଉଛି ଯେ ମହିଳା ସଂରକ୍ଷଣ ବିଲ ସମେତ ‘ଏକ ଦେଶ ଏକ ନିର୍ବାଚନ’ ଏବଂ ଦେଶର ନାମ ପରିବର୍ତ୍ତନ ଭଳି ପ୍ରସଙ୍ଗ ଉପରେ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା ପାଇଁ ନିଆଯିବାକୁ ଥିବା ଆଠଟି ବିଲ୍‌ର ଏକ ତାଲିକା ରବିବାର ଏକ ସର୍ବଦଳୀୟ ବୈଠକରେ ସରକାର ବିରୋଧୀ ଦଳକୁ ପ୍ରଦାନ କରିଛନ୍ତି। ବିରୋଧୀଙ୍କ ବିରୋଧ ଯୋଗୁ ପୂର୍ବରୁ ଏଜେଣ୍ଡାର ଏକ ଅଂଶ ବୋଲି ବିଶ୍ୱାସ କରାଯାଉଥିବା ନିର୍ବାଚନ କମିସନ୍ ନିଯୁକ୍ତି ପାଇଁ ବିବାଦୀୟ ବିଲ୍‌କୁ ବାଦ୍ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe