ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଶପଥ ନେଲେ ୩୧ ନୂଆ ମନ୍ତ୍ରୀ

ଆରଜେଡିରୁ ୧୬, ଜେଡିୟୁରୁ ୧୧ ମନ୍ତ୍ରୀ

ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଶପଥ ନେଲେ ୩୧ ନୂଆ ମନ୍ତ୍ରୀ

Hindustan Times

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ମେଣ୍ଟ ସହଯୋଗୀ ଆର୍‌ଜେଡି (ରାଷ୍ଟ୍ରୀୟ ଜନତା ଦଳ)ରୁ ସବୁଠାରୁ ଅଧିକ ସଦସ୍ୟ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ମୋଟ୍‌ ୩୧ ଜଣ ଆଜି ବିହାର କ୍ୟାବିନେଟରେ ସାମିଲ ହୋଇଛନ୍ତି। ରାଜ୍ୟପାଳ ଫଗୁ ଚୌହାନ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆର୍‌ଜେଡିରୁ ମୋଟ ୧୬ ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ବେଳେ ଜେଡିୟୁ (ଜନତା ଦଳ ୟୁନାଇଟେଡ)ରୁ ୧୧ ଜଣ ମନ୍ତ୍ରୀ ହୋଇଛନ୍ତି।

ସେହିପରି କଂଗ୍ରେସରୁ ୨ ଜଣ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝିଙ୍କ ହାମ୍‌ (ହିନ୍ଦୁସ୍ତାନୀ ଅାୱାମ ମୋର୍ଚ୍ଚା) ଦଳରୁ ଜଣେ ଏବଂ ଜଣେ ସ୍ବାଧୀନ ବିଧାୟକ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ନୀତୀଶ କୁମାର ଗୃହ ସମେତ ସମସ୍ତ ଗୁରୁତ୍ବପୂର୍ଣ୍ଣ ବିଭାଗ ନିଜ ନିକଟରେ ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ସ୍ବାସ୍ଥ୍ୟ, ସଡ଼କ ନିର୍ମାଣ, ସହରାଞ୍ଚଳ ବିକାଶ, ଆବାସ ଏବଂ ଗ୍ରାମୀଣ ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି। ତେଜସ୍ବୀ ଯାଦବଙ୍କ ଭାଇ ତେଜ ପ୍ରତାପ ଯାଦବ ବିହାରର ନୂଆ ପରିବେଶ ମନ୍ତ୍ରୀ ହୋଇଛନ୍ତି। କଂଗ୍ରେସରୁ ଅଫାକ ଆଲମ ଏବଂ ମୁରାରୀ ଲାଲ୍‌ ଗୌତମ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ହାମ୍‌ ଦଳରୁ ସନ୍ତୋଷ ସୁମନ ନୂଆ ମନ୍ତ୍ରୀ ହୋଇଛନ୍ତି। ଏକମାତ୍ର ସ୍ବାଧୀନ ବିଧାୟକ ସୁମିତ କୁମାର ସିଂହ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe