ବଜେଟ୍‌ ଉପସ୍ଥାପନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ଆରମ୍ଭ; ବଜେଟ୍‌ କପି ଯାଞ୍ଚ କରୁଛନ୍ତି ସନ୍ଧାନୀ କୁକୁର

Advertisment
ବଜେଟ୍‌ ଉପସ୍ଥାପନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ଆରମ୍ଭ; ବଜେଟ୍‌ କପି ଯାଞ୍ଚ କରୁଛନ୍ତି ସନ୍ଧାନୀ କୁକୁର

Image Source: ANI

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ ପୂର୍ବରୁ ଶନିବାର ପୂର୍ବାହ୍ନ ୧: ୧୫ରେ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏବଂ ମନ୍ତ୍ରୀ ପରିଷଦ୍‌ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକର ଅଧ୍ୟକ୍ଷତା କରୁଛନ୍ତି।

ଏହା ପୂର୍ବରୁ ପ୍ରଥମେ କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ପାର୍ଲାମେଣ୍ଟ୍‌ରେ ପହଞ୍ଚିଥିଲେ।

କ୍ୟାବିନେଟ୍‌ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅନ୍ୟ କର୍ମଚାରୀମାନେ ପାର୍ଲାମେଣ୍ଟ୍‌ର ନର୍ଥ ବ୍ଲକ୍‌ରୁ ଯାଇ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିଥିଲେ। ସେମାନେ ରାଷ୍ଟ୍ରପତିଙ୍କୁ ଭେଟି କ୍ୟାବିନେଟ୍‌ ବୈଠକରେ ଯୋଗ ଦେବାକୁ ପାର୍ଲାମେଣ୍ଟ୍‌କୁ ଫେରିବା ପରେ ବଜେଟ୍‌ର ଛାପା କପି ଅଣାଯାଇଥିଲା। ଏହା ପରେ ନିରାପତ୍ତା ଯାଞ୍ଚ ବ୍ୟବସ୍ଥା ଭାବେ ସନ୍ଧାନୀ କୁକୁରମାନେ ୨୦୨୦ ବଜେଟ୍‌କୁ ଯାଞ୍ଚ କରିଥିଲେ।
ନିର୍ମଳା ସୀତାରମଣଙ୍କ ମାମୁ, ଭାଇ ଓ ଝିଅ ସମେତ ତାଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ପାର୍ଲାମେଣ୍ଟ୍‌ରେ ପହଞ୍ଚିଛନ୍ତି।

publive-image Image Source: India Today

ଗତବର୍ଷ ଭଳି ଏବର୍ଷ ମଧ୍ୟ ‘ବହି-ଖାତା’ ବଜେଟ୍‌ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ। ପାରମ୍ପରିକ ଭାବେ ବଜେଟ୍‌ ଉପସ୍ଥାପନ ଲାଗି ଅର୍ଥମନ୍ତ୍ରୀମାନେ ବ୍ରିଫ୍‌କେସ୍‌ ଧରି ଯାଉଥିଲେ। କିନ୍ତୁ, ଗତବର୍ଷ ଠାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାହା ପରିହାର କରି ଲାଲ୍‌ କପଡ଼ାରେ ଆବୃତ ଲେଜର୍‌ ଧରି ଆସୁଛନ୍ତି।

ବିଜେପି ଦିଲ୍ଲୀ ପ୍ରତି କେଡ଼େ ଯତ୍ନବାନ ତାହା ୨୦୨୦ ବଜେଟ୍‌ରୁ ଜଣାପଡ଼ିବ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe