ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ‘ଅମ୍ଫାନ୍’ ପ୍ରପୀଡ଼ିତ ଅଞ୍ଚଳ ସମୀକ୍ଷା କଲେ କ୍ୟବିନେଟ୍ ସଚିବ ରାଜୀବ ଗୌବା

ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ‘ଅମ୍ଫାନ୍’ ପ୍ରପୀଡ଼ିତ ଅଞ୍ଚଳ ସମୀକ୍ଷା କଲେ କ୍ୟବିନେଟ୍ ସଚିବ ରାଜୀବ ଗୌବା

Image Source: Zee News

ନୂଆଦିଲ୍ଲୀ: ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ରାଜ୍ୟ ଓ କେନ୍ଦ୍ରୀୟ ଏଜେନ୍ସିଙ୍କ ସହ ବାତ୍ୟା ‘ଅମ୍ଫାନ୍’ ଦ୍ବରା ପ୍ରଭାବିତ ଓଡ଼ିଶା ଓ ପଶ୍ଚିମବଙ୍ଗ ଅଞ୍ଚଳଗୁଡ଼ିକର ପରିସ୍ଥିତି ବିଷୟରେ ସମୀକ୍ଷା କରିଛନ୍ତି।

ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଲେ ଯେ ଭାରତୀୟ ପାଣିପାଗ ବିଭାଗ ତରଫରୁ ଠିକ୍ ସମୟରେ ଠିକ୍ ପୂର୍ବାନୁମାନ ପ୍ରଦାନ ଏବଂ ଆଗୁଆ ଏନ୍‌ଡିଆର୍‌ଏଫ୍‌ ଟିମ୍ ମୁତୟନ ଯୋଗୁଁ ପଶ୍ଚିମବଙ୍ଗରେ ୫ ଲକ୍ଷ ଏବଂ ଓଡ଼ିଶାରୁ ପ୍ରାୟ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ପାରିଲା। ଏଥିଯୋଗୁଁ ମୃତ୍ୟୁସଂଖ୍ୟା ସର୍ବନିମ୍ନରେ ରହିଲା।

ପଶ୍ଚିମବଙ୍ଗ ସୂଚନା ଦେଇଛି ଯେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଷଜମି, ବିଜୁଳି ଶକ୍ତି ଓ ଟେଲିଫୋନ୍ ଆଦିରେ ପ୍ରଭୁତ୍ବ କ୍ଷତି ହୋଇଛି। ଓଡ଼ିଶା ସୂଚନା ଦେଇ କହିଛି ଯେ କ୍ଷୟକ୍ଷତି କୃଷି କ୍ଷେତ୍ରରେ ସୀମିତ ରହିଛି।

publive-image Image Source: India Today

ଉଦ୍ଧାର ଓ ସଂରକ୍ଷଣ କାର୍ଯ୍ୟ ସମ୍ବନ୍ଧରେ ସମୀକ୍ଷା କରି ଗୌବା କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ନିର୍ଦେଶ ଦେଇ କହିଛନ୍ତି‌ ଯେ ସେମାନେ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ରହି ତୁରନ୍ତ ସମସ୍ତ ସହାୟତା ଯୋଗାଇ ଦିଅନ୍ତୁ। ଏହାଛଡ଼ା କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ମଧ୍ୟ କ୍ଷୟକ୍ଷତିର ମୂଲ୍ୟାୟନ କରି ରିପୋର୍ଟ ଦାଖଲ ନିମନ୍ତେ ଟିମ୍ ପଠାଇବ।

ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଂଶ ଗ୍ରହଣ କରିଥିବା ଏହି ଏନ୍‌ସିଏମ୍‌ସି ବୈଠକ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ହୋଇଥିଲା। ଗୃହ ବ୍ୟାପାର, ପ୍ରତିରକ୍ଷା, ଜାହାଜ ଚଳାଚଳ, ବେସାମରିକ ବିମାନ ଚଳାଚଳ, ରେଳବାଇ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ, ଶକ୍ତି, ଟେଲିଯୋଗାଯୋଗ, ଇସ୍ପାତ, ପାନୀୟଜଳ ଏବଂ ପରିମଳ, ସ୍ବାସ୍ଥ୍ୟ, ଭାରତୀୟ ପାଣିପାଗ ବିଭାଗ ଏବଂ ଏନ୍‌ଡିଆର୍‌ଏଫ୍‌ର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe