Image Courtesy of Hindustan Times
ତିରୁବନନ୍ତପୁରମ୍: ତିରୁବନନ୍ତପୁରମ୍ରେ ଥିବା ୟୁନାଇଟେଡ୍ ଆରବ ଏମିରେଟ୍ କନ୍ସୁଲେଟ୍କୁ ଯିବା ନିମନ୍ତେ ମାଲବାହୀ ବିମାନରେ ଆସିଥିବା ଏକ ଲଗେଜ୍ରୁ ରବିବାର ଦିନ କଷ୍ଟମ୍ ଆଣ୍ଡ୍ ପ୍ରିଭେଣ୍ଟିଭ୍ ଡିପାର୍ଟମେଣ୍ଟ୍ ଅନ୍ୟୂନ ୩୦ କିଲୋ ସୁନା ଜବତ କରିଛି।
ଡିପ୍ଲୋମାଟିକ୍ ମିସନ୍କୁ ଆସୁଥିବା ଅଧିକାଂଶ ଜିନିଷପତ୍ର ଭିଏନା କନ୍ଭେନ୍ସନ୍ ରାଜିନାମା ବଳରେ ନିରାପଦ ଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅନୁମତି ପାଇବା ପରେ କଷ୍ଟମ୍ ବିଭାଗ ଏହି ଚଢ଼ାଉ କରିଥିଲା।
Image Courtesy of Jhalakକେରଳ ଏବଂ ଲାକ୍ଷାଦ୍ବୀପ ଅଞ୍ଚଳର କଷ୍ଟମ୍ କମିସନର୍ ଇନ୍-ଚାର୍ଜ ସୁମିତ କୁମାର କହିଛନ୍ତି, ଏ ସମ୍ବନ୍ଧରେ ଗୁଇନ୍ଦା ସୂଚନା ପାଇଥିଲୁ। ଆହୁରି ତଲାସ ଚାଲିଛି ଏବଂ ସୁନାର ପରିମାଣ ବଢ଼ିପାରେ। ଆମେ ଜଣଙ୍କୁ ଅଟକ ରଖିଛୁ ଓ ଆଉ ଦୁଇଜଣଙ୍କୁ ଖୋଜୁଛୁ।
ଗୋଟିଏ ଚାଟାର୍ଡ ବିମାନରେ ଏହି ମାଲ୍ ଆସିଥିଲା। କେତେକ ନିମ୍ନସ୍ତରୀୟ କର୍ମଚାରୀଙ୍କ ଦ୍ବାରା ଭିଏନା ସୁବିଧାକୁ ଉପଯୋଗ କରି ଚୋରାଚାଲାଣ ସିଣ୍ଡିକେଟ୍ ସୁନା ଚୋରାଚାଲାଣ କରୁଥିବା କଥା କଷ୍ଟମ୍ ବିଭାଗ ସନ୍ଦେହ କରୁଥିଲା।
ଜଣା ନ ପଡ଼ିବାକୁ ସୁନା ସବୁକୁ କିଛି ଘରକରଣା ସମାଗ୍ରୀ ମଧ୍ୟରେ ରଖାଯାଇଥିଲା। ନିକଟ ଅତୀତରେ ଏତେ ପରିମାଣରେ ସୁନା ଜବତ ହୋଇ ନ ଥିବା କଥା କଷ୍ଟମ୍ ଅଧିକାରୀ କହିଛନ୍ତି।
Follow Us