ସିଏଜି ରିପୋର୍ଟ: ଦିଲ୍ଲୀ ଅବକାରୀ ନୀତି ପାଇଁ ୨୦୦୨ କୋଟି କ୍ଷତି

Advertisment

ଦିଲ୍ଲୀ ବିଧାନସଭାରେ ଆଜି ଅବକାରୀ ନୀତି ଉପରେ ଉପସ୍ଥାପନ ହୋଇଥିବା  ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ ପୂର୍ବତନ ଆପ୍‌ ସରକାରଙ୍କ ଅବକାରୀ ନୀତି ଯୋଗୁଁ ୨୦୦୨ କୋଟି ଟଙ୍କାର ରାଜସ୍ବ ‌କ୍ଷତି ହୋଇଛି।

ଦିଲ୍ଲୀ ବିଧାନସଭାରେ ଆଜି ଅବକାରୀ ନୀତି ଉପରେ ଉପସ୍ଥାପନ ହୋଇଥିବା  ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ ପୂର୍ବତନ ଆପ୍‌ ସରକାରଙ୍କ ଅବକାରୀ ନୀତି ଯୋଗୁଁ ୨୦୦୨ କୋଟି ଟଙ୍କାର ରାଜସ୍ବ ‌କ୍ଷତି ହୋଇଛି।

gdjdgcv

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଆଜି ଅବକାରୀ ନୀତି ଉପରେ ଉପସ୍ଥାପନ ହୋଇଥିବା  ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ ପୂର୍ବତନ ଆପ୍‌ ସରକାରଙ୍କ ଅବକାରୀ ନୀତି ଯୋଗୁଁ ୨୦୦୨ କୋଟି ଟଙ୍କାର ରାଜସ୍ବ ‌କ୍ଷତି ହୋଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଦିଲ୍ଲୀ ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି।  ଲାଇସେନ୍ସ ଦେବା ପ୍ରକ୍ରିୟାରେ ବି ନିୟମର ଉଲ୍ଲଂଘନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିସହ ରଦ୍ଦ ହୋଇ ସାରିଥିବା ଅବକାରୀ ନୀତି ପ୍ରସ୍ତୁତି ସମୟରେ କିଛି ପରିବର୍ତ୍ତନ କରିବାପାଇଁ ବିଶେଷଜ୍ଞ କମିଟି କିଛି ପରାମର୍ଶ ଦେଇଥିଲେ ମଧ୍ୟ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଏବଂ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଏହାକୁ ଗ୍ରହଣ କରିନଥିଲେ ବୋଲି ରିପୋର୍ଟ‌ରେ ଦାବି ହୋଇଛି। ଅନ୍ୟପକ୍ଷରେ ଆପ୍‌ ଏହାକୁ ଖଣ୍ଡନ କରିଛି ଏବଂ ନୂଆ ଅବକାରୀ ନୀତି ବାତିଲ ହେବା କାରଣରୁ ହିଁ ଏଭଳି କ୍ଷତି ହୋଇଛି ବୋଲି ବିରୋଧୀ ଦଳ ନେତା ଆତିଶୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।  ନୂଆ ଅବକାରୀ ନୀତି ଜାରି ରହିଥିଲେ ହିଁ ଫାଇଦା ହୋଇଥାନ୍ତା ବୋଲି ଆତିଶୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧-୨୦୨୨ ଅବକାରୀ ନୀତି ତ୍ରୁଟିପୂର୍ଣ୍ଣ ଥିଲା ଏବଂ ଏହି ନୀତି ପାଇଁ ବ୍ୟାପକ କ୍ଷତି ହୋଇଛି। ଫେରାଇ ଦିଆଯାଇଥିବା ଲାଇସେନ୍ସଗୁଡ଼ିକର ପୁନଃ ‌ଟେଣ୍ଡର କରିବାରେ ବିଫଳ ହେବାରୁ ଦିଲ୍ଲୀ ସରକାରଙ୍କ ରାଜସ୍ବରେ ପ୍ରାୟ ୮୯୦ କୋଟି ଟଙ୍କାର କ୍ଷତି ହୋଇଛି। ସେହିପରି ନନ୍‌-କନ୍‌ଫର୍ମିଂ ମ୍ୟୁନିସିପାଲ୍‌ ୱାର୍ଡ‌ରେ ମଦ ଦୋକାନ ଖୋଲିବା ପାଇଁ ସଠିକ୍‌ ସମୟରେ ଅନୁମତି ନିଆଯାଇନଥିବାରୁ ୯୪୧.୫୩ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି। କରୋନା ମହାମାରୀଜନିତ ବନ୍ଦ ଯୋଗୁଁ ଲାଇସେନ୍ସଧାରୀମାନଙ୍କୁ ଅସ୍ଥାୟୀ ଅନୁମୋଦନ ପାଇଁ ୧୪୪ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଥିବା ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଏହା ଦର୍ଶାଯାଇଛି ଯେ ମାଷ୍ଟର ପ୍ଲାନ୍‌-୨୦୨୧ ନନ୍‌-କନ୍‌ଫର୍ମିଂ ଏରିଆରେ ମଦ‌ ଦୋକାନ ଖୋଲିବାପାଇଁ ଅନୁମତି ଦେଇନାହିଁ। କିନ୍ତୁ ଅବକାରୀ ନୀତି ୨୦୨୧-୨୨ ଏଭଳି ଅଞ୍ଚଳର ପ୍ରତି ୱାର୍ଡରେ ଅତି କମ୍‌ରେ ୨ଟି ରିଟେଲ୍‌ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛି। ରିପୋର୍ଟ କହୁଛି ଯେ ନୂଆ ଦୋକାନ ଖୋଲିବାପାଇଁ ଟେଣ୍ଡର କାଗଜପତ୍ରରେ ମଧ୍ୟ ଏହା ଦର୍ଶାଯାଉଛି ଯେ ନନ୍‌-କନଫର୍ମିଂ ଏରିଆରେ କୌଣସି ମଦ ଦୋକାନ ରହିବନି। ଯଦି ଏହା ଖୋଲାଯାଏ ତେବେ ଏଥିପାଇଁ ସରକାରଙ୍କଠାରୁ ପୂର୍ବରୁ ଅନୁମତି ‌ନେବାକୁ ପଡ଼ିବ। ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆପ୍‌ ସରକାର ଦିଲ୍ଲୀ ଅବକାରୀ ନୀତି, ୨୦୧୦ର ନିୟମ ୩୫ର ସଠିକ୍‌ କାର୍ଯ୍ୟକାରୀ କରିନାହାନ୍ତି; ଯେଉଁଥିରେ ଏକାଧିକ ଲାଇସେନ୍ସ ଜାରି କରିବାପାଇଁ ବାରଣ କରାଯାଇଛି।  ନୀତି ରଦ୍ଦ ହେବା ପର୍ଯ୍ୟନ୍ତ କିଛି ରିଟେଲର ଲାଇସେନ୍ସ ରଖିଥିବା ବେଳେ ଅନ୍ୟ  କେତେଜଣ ଏହାକୁ ଆଗୁଆ ଫେରାଇ ଦେଇଥିଲେ।  ଲାଇସେନ୍ସ ସମର୍ପଣ କରିବା ପୂର୍ବରୁ ଆଗୁଆ ନୋଟିସ୍‌ ଦେବାପାଇଁ ଲାଇସେନ୍ସଧାରୀଙ୍କ ପାଇଁ କିଛି ବ୍ୟବସ୍ଥା ନଥିଲା। ଏହାଦ୍ବାରା ଯୋଗାଣରେ ବାଧା ଉପୁଜିଲା।  ସେହିପରି ଅବକାରୀ ସର୍ତ୍ତାବଳୀ ସଂକ୍ରାନ୍ତ ଆବଶ୍ୟକତାକୁ ସଠିକ୍‌ ଭାବେ ଯାଞ୍ଚ ନକରି ସରକାର ଲାଇସେନ୍ସ ଜାରି କରିଥିବା ରିପୋର୍ଟରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe