ରେଳଟ୍ରାକ୍ ରକ୍ଷଣାବେକ୍ଷଣ ବ୍ୟୟବରାଦ କମୁଥିବାରୁ ଦୁର୍ଘଟଣା ଘଟୁଛି : ସିଏଜି ରିପୋର୍ଟରେ କରାଯାଇଥିଲା ସତର୍କ

ରେଳଟ୍ରାକ୍ ରକ୍ଷଣାବେକ୍ଷଣ ବ୍ୟୟବରାଦ କମୁଥିବାରୁ ଦୁର୍ଘଟଣା ଘଟୁଛି : ସିଏଜି ରିପୋର୍ଟରେ କରାଯାଇଥିଲା ସତର୍କ

Image Courtesy of Mid-day

ନୂଆଦିଲ୍ଲୀ : ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ନିଜର ୨୦୨୨ ର ରିପୋର୍ଟରେ  ରେଳ ବିଭାଗର  ଅନେକ ତ୍ରୁଟି ଉପରେ ଆଲୋକପାତ କରିଥିଲେ। ରେଳଧାରଣା ନବୀକରଣ ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟୟବରାଦ ହ୍ରାସ ପାଇବା ଯୋଗୁଁ ବାରମ୍ବାର ଲାଇନଚ୍ୟୁତ ପରି ଦୁର୍ଘଟଣା ଘଟୁଥିବା ସିଏଜି ଗତ ଡିସେମ୍ବର ମାସରେ ସତର୍କ କରାଇଦେଇଥିଲେ ।

୨୦୧୭ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ସାମ୍ନାକୁ ଆସିଥିବା ଦୁର୍ଘଟଣାକୁ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହାବ୍ୟତୀତ ୨୦୧୭ ଏପ୍ରିଲ ପୂର୍ବରୁ ଅନେକ ମାମଲା, ଯାହାପୂର୍ବ ଅଡିଟ୍ ରିପୋର୍ଟରେ ଅନ୍ତର୍ଭୁକ୍ତ ହୋଇପାରିନଥିଲା, ତାହାକୁ ବିଚାରକୁ ନିଆଯାଇଥିଲା। ଏହା ସହ ଯେଉଁ କାରଣରୁ ରେଳ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଘଟିଛି, ସେସବୁ କାରଣ ଦର୍ଶାଯାଇଥିଲା ।

ଡିସେମ୍ବର ୨୦୨୨ରେ ସଂସଦରେ ଉପସ୍ଥାପିତ ସିଏଜି ରିପୋର୍ଟ ଅନୁଯାୟୀ ରେଳ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ରେଳ ଧାରଣାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ । ରିପୋର୍ଟ ଅନୁଯାୟୀ, ବର୍ଷ ବର୍ଷ ଧରି ଟ୍ରାକ୍ ନବୀକରଣ କାର୍ଯ୍ୟ ପାଇଁ ପାଣ୍ଠି ଆବଣ୍ଟନ ହ୍ରାସ ପାଇବା ମଧ୍ୟ ଦୁର୍ଘଟଣାର ଏକ ପ୍ରମୁଖ କାରଣ। ଆବଣ୍ଟନ କରାଯାଇଥିବା ପାଣ୍ଠିର ସମ୍ପୂର୍ଣ୍ଣ ବ୍ୟବହାର ହୋଇନଥିବା ରିପୋର୍ଟରେ କୁହାଯାଇଛି।

ବିଭିନ୍ନ କାରଣରୁ ଟ୍ରାକ୍ ରେକର୍ଡିଂ କାର୍ ଓ ଟ୍ରାକ୍ ମେସିନ୍ ଉପଲବ୍ଧ ନଥିବାରୁ ଟ୍ରାକ୍ ଯାଞ୍ଚ ୩୦ରୁ ୧୦୦ ପ୍ରତିଶତ ହ୍ରାସ ପାଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। ଠିକ୍ ସମୟରେ ତଦନ୍ତ ର ଗୁରୁତ୍ୱ ଉପରେ ଆଲୋକପାତ କରି ରିପୋର୍ଟରେ କୁହାଯାଇଛି ଯେ ଦୁର୍ଘଟଣାର କାରଣ ଜାଣିବା ଏବଂ ଏହାକୁ ରୋକିବା ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe