ଅହମ୍ମଦାବାଦ: ଆଜିକାଲି ଏକ ବିଶେଷ ଢଙ୍ଗରେ ଜନ୍ମଦିନ ପାଳନ କରିବାକୁ ଯୁବପିଢିଙ୍କ ମଧ୍ୟରେ ଏକ କ୍ରେଜ୍ ଦେଖିବାକୁ ମିଳୁଛି | ବିଶେଷ କରି ଯୁବପିଢ଼ି ନିଜ ଜନ୍ମଦିନକୁ ଏପରି ଭାବରେ ପାଳନ କରିବାକୁ ଚାହାଁନ୍ତି ଯେ ଯେମିତି ଏହା ସ୍ମରଣୀୟ ହୋଇ ରହିବ | ତେବେ ଅନେକ ଥର ଯୁବପିଢ଼ି ଏମିତି କିଛି ଭୁଲ କରନ୍ତି ଯେମିତି ସେମାନଙ୍କୁ ଅନୁତାପ କରିବାକୁ ପଡେ | ଗୁଜୁରାଟର ଅହମ୍ମଦାବାଦରେ ଜଣେ ଯୁବକଙ୍କ ସହ ସମାନ ଘଟଣା ଘଟିଛି। ଜନ୍ମଦିନରେ ଛୁରୀ ବଦଳରେ ଖଣ୍ଡା ଦ୍ୱାରା କେକ କାଟିବା ଏବେ ତାଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଜନ୍ମଦିନର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଜେଲ ଯିବାକୁ ପଡିଛି | ଏହି ମାମଲା ଅହମ୍ମଦାବାଦର ସାଜିପୁର ବୋଗା ଅଞ୍ଚଳର ହୋଇଥିବାବେଳେ ଜଣେ ଯୁବକ ରାତିରେ ରାସ୍ତାରେ ଠିଆ ହୋଇ ତାଙ୍କ ଜନ୍ମଦିନ ପାଳନ କରିଥିଲେ | ସେ ବାଇକରେ ଅତି କମରେ ୬ଟି କେକ ରଖି ଖଣ୍ଡା ଦ୍ୱାରା କାଟିଥିବାର ନଜର ଆସିଛନ୍ତି। କେକ୍ ଉପରେ 'ରାଜା' ବୋଲି ଲେଖାଯାଇଛି |
ତାଙ୍କ ସାଙ୍ଗମାନଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହି ଭିଡିଓ ବାବଦରେ ଯେତେବେଳେ ପୁଲିସ ଜାଣିଥିଲା, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଯେତେବେଳେ କୃଷ୍ଣନଗର ପୁଲିସ ତଦନ୍ତ ଆରମ୍ଭ କଲା, ସେତେବେଳେ ଜାଣିବାକୁ ପାଇଲା ଯେ ତାଙ୍କ ନାମ ପ୍ରତୀକ ଭଗବାନଭାଇ ସୋଲଙ୍କି। ତାଙ୍କୁ ସ୍ନେହରେ ରାଜା ଡକାଯାଏ | ଏହା ପରେ କୃଷ୍ଣନଗର ପୁଲିସ ଷ୍ଟେସନର ଇନ୍ସପେକ୍ଟର ଏ.ଜେ ସୋଲାଙ୍କି ଏକ ମାମଲା ରୁଜୁ କରିଥିଲେ। ପୁଲିସ ଘରକୁ ଯାଇ ତାଙ୍କୁ ଗିରଫ କରିଥିଲା।
ପୁଲିସ ପଚରାଉଚରା ବେଳେ ପ୍ରତୀକ କହିଛନ୍ତି ଯେ ସେ ଡ୍ରାଇଭର ଭାବରେ କାମ କରନ୍ତି ଏବଂ ତାଙ୍କ ସାଙ୍ଗମାନେ ଜନ୍ମଦିନର କେକ୍ ଆଣିଥିଲେ। ସେ ଜନ୍ମଦିନକୁ ଏକ ବିଶେଷ ଢଙ୍ଗରେ ପାଳନ କରିବାକୁ ଚାହୁଁଥିଲେ ଏବଂ ତେଣୁ ଛୁରୀ ବଦଳରେ ଖଣ୍ଡା ବ୍ୟବହାର କରିବାକୁ ସ୍ଥିର କଲେ | ତେବେ ସେ ବର୍ତ୍ତମାନ ଅନୁତାପ କରୁଛନ୍ତି ଏବଂ ଭବିଷ୍ୟତରେ ଏପରି ଭୁଲ କରିବେ ନାହିଁ ବୋଲି ପୁଲିସକୁ ପ୍ରତିଶୃତି ଦେଇଛନ୍ତି।
Follow Us