ମମତାଙ୍କ ପ୍ରତି ଦୁର୍ଗାପୂଜା ସମିତିକୁ ୧୦ ହଜାର ଲେଖାଏ ଟଙ୍କା ଦେବା ନିଷ୍ପତ୍ତି ଉପରେ ରହିତାଦେଶ ଜାରି କଲେ କଲିକତା ହାଇକୋର୍ଟ

ମମତାଙ୍କ ପ୍ରତି ଦୁର୍ଗାପୂଜା ସମିତିକୁ ୧୦ ହଜାର ଲେଖାଏ ଟଙ୍କା ଦେବା ନିଷ୍ପତ୍ତି ଉପରେ ରହିତାଦେଶ ଜାରି କଲେ କଲିକତା ହାଇକୋର୍ଟ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ହେଉଥିବା ୨୮ ହଜାର ଦୁର୍ଗାପୂଜା ସମିତିକୁ ୧୦ ହଜାର ଲେଖାଏ ଟଙ୍କା ଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ମାସ ନେଇଥିବା ନିଷ୍ପତ୍ତି ଉପରେ କଲିକତା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆକ୍ଟୋବର ୯ ତାରିଖରେ ହେବ। ଏ ନେଇ ହାଇକୋର୍ଟରେ ଏକ ଡିଭିଜନ୍‌ ଖଣ୍ଡପୀଠ ଗଠିତ କରାଯାଇ ଦୁର୍ଗାପୁଜାରେ ରାଜକୋଷର ମୋଟା ଅଙ୍କର ଅର୍ଥ ବ୍ୟୟ କରିବା ନେଇ ସରକାରଙ୍କୁ ପ୍ରଶ୍ନ ହୋଇଛି।

ଅଦାଲତ ପଶ୍ଚିମବଙ୍ଗ ସରକାରଙ୍କୁ ଆହୁରି ବି ପ୍ରଶ୍ନ କରିଛନ୍ତି କି ଦୁର୍ଗାପୂଜା ବ୍ୟତୀତ ସେ ଆଉ କେଉଁ ପୂଜାରେ ଏପରି ଖର୍ଚ୍ଚ କରୁଛନ୍ତି କି? ସେପ୍ଟେମ୍ବର ୧୯ ତାରିଖରେ ଏ ନେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ବିଚାର କରି କୋର୍ଟ ସରକାଙ୍କୁ ଏକ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ସେପ୍ଟେମ୍ବରରେ କୋଲକାତାର ବିଭିନ୍ନ ଦୂର୍ଗାପୂଜା ଆୟୋଜନ ସମିତିଙ୍କ ସହ ଆୟୋଜନ କରିଥିବା ଏକ ବୈଠକରେ ପ୍ରତି ସମିତିକୁ ୧୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe