ଗାଜାରେ ଅସ୍ତ୍ରବିରତି ଦାବି: ଆମେରିକା, ୟୁରୋପରେ ପାଲେଷ୍ଟିନୀୟ ସମର୍ଥକଙ୍କ ଆନ୍ଦୋଳନ

Advertisment

ଆମେରିକା କ୍ୟାପିଟଲ୍‌ ବାହାରେ ଆନ୍ଦୋଳନ କରି ୩୦୦ରୁ ଅଧିକ ଗିରଫ

ଆମେରିକା କ୍ୟାପିଟଲ୍‌ ବାହାରେ ଆନ୍ଦୋଳନ କରି ୩୦୦ରୁ ଅଧିକ ଗିରଫ

ଗାଜାରେ ଅସ୍ତ୍ରବିରତି ଦାବି: ଆମେରିକା, ୟୁରୋପରେ ପାଲେଷ୍ଟିନୀୟ ସମର୍ଥକଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧକୁ ବ‌ିରୋଧ କରି ଏବେ ଆମେରିକା ଏବଂ ୟୁରୋପରେ ଆନ୍ଦୋଳନ ତେଜୁଛି। ଇସ୍ରାଏଲ-ହମାସ ଯୁଦ୍ଧ ଶେଷ କରିବା ଦାବିରେ ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ପାଲେଷ୍ଟିନୀୟ ସମର୍ଥକ ଆନ୍ଦୋଳନ କରିଛନ୍ତି। ସେମାନେ ଗାଜାରେ ହିଂସା ଶେଷ କରିବାପାଇଁ ଦାବି କରିଛନ୍ତି। ୱାସିଂଟନ ଡିସିରେ ଆମେରିକା କ୍ୟାପିଟଲ୍‌ର କ୍ୟାନନ୍‌ ରୋଟୁଣ୍ଡା ବାହାରେ ପାଲେଷ୍ଟିନୀୟ ସମର୍ଥିତ ଆନ୍ଦୋଳନକାରୀ ଜୋରଦାର ଆନ୍ଦୋଳନ କରିଛନ୍ତି। ସେମାନେ ଗାଜାରେ ଅସ୍ତ୍ରବିରତି ଦାବି କରି ଏହି ଆନ୍ଦୋଳନ କରିବା ସହ କ୍ୟାନନ୍‌ ରୋଟୁଣ୍ଡାକୁ ଦଖଲ କରିବାକୁ ‌ଚେଷ୍ଟା କରିଥିଲେ। ପାଖାପାଖି ୩୦୦ ଆନ୍ଦୋଳନକାରୀ ଗିରଫ ‌ହୋଇଛନ୍ତି। ଆନ୍ଦୋଳନ ପରେ କ୍ୟାପିଟଲ୍‌ ପରିସରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ବାହାର ଲୋକଙ୍କର ପ୍ରବେଶ ନିଷିଦ୍ଧ କରାଯାଇଛି।

ଗାଜା ହସ୍ପିଟାଲ୍‌ ବିସ୍ଫୋରଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାପରେ ବିଭିନ୍ନ ପାଲେଷ୍ଟିନୀୟ ସମର୍ଥିତ ‌ଗୋଷ୍ଠୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆମେରିକାରେ ଥିବା ଇହୁଦୀ ସମ୍ପ୍ରଦାୟର ସଦସ୍ୟମାନେ ଗିରଫ ହୋଇଛନ୍ତି। କ୍ୟା‌ପିଟଲ ପରିସରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି । ସେହିପରି ଲସ୍‌ ଏଞ୍ଜେଲ୍ସ ସ୍ଥିତ ଇସ୍ରାଏଲୀ ଦୂତାବାସ ବ‌ାହାରେ ବି ପାଲେଷ୍ଟିନୀୟ ସମର୍ଥକମାନେ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇ ଆନ୍ଦୋଳନ କରିଛନ୍ତି। ସେହିପରି ସମାନ ସମୟରେ ଇସ୍ରାଏଲ ସମର୍ଥନରେ ଅନ୍ୟ ଏକ ଆନ୍ଦୋଳନ ହେବା ବେଳେ ସଂଘର୍ଷ ହୋଇଛି। ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟା‌ରରେ ବି ପାଲେଷ୍ଟାଇନକୁ ସମର୍ଥନ କରି ଶତାଧିକ ବ୍ୟକ୍ତି 'ଫ୍ରି ପାଲେଷ୍ଟାଇନ' ପ୍ଲାକାର୍ଡ ଧରି ଆନ୍ଦୋଳନ କରିଛନ୍ତି। ଗାଜାରେ ଇସ୍ରାଏଲ ବିମାନ ଆକ୍ରମଣ ବନ୍ଦ କରିବାପାଇଁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe