ଗୋଟାଏ କୁମ୍ଭୀର ବାହାର କରିବାକୁ ଉଦ୍ୟମ କରି ୪୦ କୁମ୍ଭୀରଙ୍କ ଆକ୍ରମଣରେ ମଲେ କାମ୍ବୋଡିଆର ଏହି ବ୍ୟକ୍ତି

Advertisment
ଗୋଟାଏ କୁମ୍ଭୀର ବାହାର କରିବାକୁ ଉଦ୍ୟମ କରି ୪୦ କୁମ୍ଭୀରଙ୍କ ଆକ୍ରମଣରେ ମଲେ କାମ୍ବୋଡିଆର ଏହି ବ୍ୟକ୍ତି

ପୁନମ୍‌ପେନ୍‌: କାମ୍ବୋଡିଆ ଅନ୍ତର୍ଗତ ସିଏମ୍‌ ରିପ୍‌ରେ ଥିବା ନିଜ ପାରିବାରିକ କୁମ୍ଭୀର ଫାର୍ମରୁ ଗୋଟାଏ କୁମ୍ଭୀର ବାହାର କରିବାକୁ ଉଦ୍ୟମ କରୁଥିବା ବେଳେ କାମ୍ବୋଡିଆର ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୪୦ଟି କୁମ୍ଭୀର ଆକ୍ରମଣ କରି ମାରି ପକାଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।

ସଂଗୃହୀତ ସୂଚନା ଅନୁସାରେ, କଂକ୍ରିଟ୍‌ ବାଡ଼ା ଦିଆଯାଇଥିବା ଖୁଆଡ଼ରେ ଥିବା କୁମ୍ଭୀରମାନଙ୍କ ମଧ୍ୟରୁ ଗୋଟାଏ କୁମ୍ଭୀର ଅଣ୍ଡା ଦେଇଥିଲା। ୭୨ ବର୍ଷୀୟ ଜଣେ ବ୍ୟକ୍ତି ଅଣ୍ଡା ଦେଇଥିବା ସେ କୁମ୍ଭୀରକୁ ଖଣ୍ଡେ ବାଡ଼ିଦ୍ବାରା ଖୁଞ୍ଚି ଖୁଆଡ଼ ବାହାରକୁ ଆଣିବାକୁ ଚେଷ୍ଟା କରୁଥିଲେ। କିନ୍ତୁ, ସେ କୁମ୍ଭୀର ବାଡ଼ିଟିକୁ କାମୁଡ଼ି ଧରି ଟାଣିଦେବାରୁ ବ୍ୟକ୍ତିଜଣକ କୁମ୍ଭୀର ଖୁଆଡ଼ ମଧ୍ୟରେ ପଡ଼ିଯାଇଥିଲେ।

ତା’ପରେ ସେ ଖୁଆଡ଼ରେ ଥିବା ପ୍ରାୟ ୪୦ଟି କୁମ୍ଭୀର ଆକ୍ରମଣ କରି ସେ ବ୍ୟକ୍ତିଙ୍କୁ ଖଣ୍ଡବିଖଣ୍ଡ କରିପକାଇ ସମଗ୍ର ଖୁଆଡ଼କୁ ରକ୍ତରଞ୍ଜିତ କରିପକାଇଲେ।

publive-image Image Courtesy of The Straits Times

ସିଏମ୍‌ ରିପ୍‌ର ପୁଲିସ ମୁଖ୍ୟ ମେ’ ସାଭ୍ରି ଗଣମାଧ୍ୟମ ପାଇଁ ଜାରି କରିଥିବା ବିବୃତିରେ ଉଲ୍ଲେଖ କରିଛନ୍ତି, ଅଣ୍ଡାଦିଆ ପଞ୍ଜୁରି ମଧ୍ୟରୁ ଗୋଟାଏ କୁମ୍ଭୀରକୁ ବାଡ଼ିରେ ଖୁଞ୍ଚି ଘଉଡ଼ାଉ ଥିବା ବେଳେ କୁମ୍ଭୀରଟି ସେ ବାଡ଼ିକୁ କାମୁଡ଼ି ଧରି ଟାଣି ଦେବାରୁ ଲୋକଟି କୁମ୍ଭୀର ପାଳନ କରାଯାଇଥିବା ଖୁଆଡ଼ ଭିତରକୁ ପଡ଼ିଯାଇଥିଲେ। ତା’ପରେ ସେଥିରେ ଥିବା ଅନ୍ୟ କୁମ୍ଭୀରମାନେ ଝପଟି ଆସି ସେ ମଲାଯାଏ ଆକ୍ରମଣ ଚାଲୁ ରଖିଥିଲେ। କୁମ୍ଭୀର କାମୁଡ଼ାରେ କ୍ଷତବିକ୍ଷତ ହୋଇଯାଇଥିବା ଉକ୍ତ ‌ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି।

କିନ୍ତୁ, ତାଙ୍କର ଗୋଟାଏ ହାତକୁ ଛିଡ଼ାଇ ନେଇ କ‌ୌଣସି କୁମ୍ଭୀର ଗିଳି ପକାଇଛି।

publive-image Image Courtesy of NDTV

୨୦୧୯ରେ ସେହି ଗ୍ରାମରେ ନିଜ ପାରିବାରିକ କୁମ୍ଭୀର ଫାର୍ମ ଭିତରକୁ ଚାଲିଯାଇଥିବା ଜଣେ ୨ ବର୍ଷୀୟ ବାଳିକାକୁ ମଧ୍ୟ କୁମ୍ଭୀରମାନେ ଖାଇଯାଇଥିଲେ ‌ବୋଲି ପୁଲିସ ମୁଖ୍ୟ କହିଛନ୍ତି।

ସୂଚନାଯୋଗ୍ୟ, ସିଏମ୍‌ ରିପ୍‌ ଅଞ୍ଚଳରେ ଅନେକ କୁମ୍ଭୀର ଫାର୍ମ ଅଛି। ଅଣ୍ଡା, ଚମଡ଼ା, ମାଂସ ଏବଂ ଛୁଆ ବିକ୍ରି ପାଇଁ ‌ସେଠାକାର ଲୋକେ କୁମ୍ଭୀର ଚାଷ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe