A laptop showing the Facebook logo is held alongside a Cambridge Analytica sign at the entrance to the London offices of Cambridge Analytica. The company's acting CEO, Alexander Tayler, is stepping down, and is the second CEO out since the data sharing scandal broke.
ନ୍ୟୁୟର୍କ: ଫେସ୍ବୁକ୍ ୟୁଜର୍ସ ଡାଟା ଅପବ୍ୟବହାର କରି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ରାଜନୈତିକ ପରାମର୍ଶତାଦା କେମ୍ପ୍ରିଜ୍ ଆନାଲିଟିକା ଏବେ ବନ୍ଦ ହେବାକୁ ଯାଉଛି। ଏହା ଏକ ଅସଫଳ ସଂସ୍ଥା ବୋଲି ମଧ୍ୟ ଘୋଷଣା କରାଯାଇ ସାରିଲାଣି।
ଏକ ବିବୃତିରେ କେମ୍ପ୍ରିଜ୍ ଆନାଲିଟିକା କହିଛି: ଉଭୟ ଆଇନ ଏବଂ ଅନ୍ଲାଇନ୍ ବିଜ୍ଞାପନର ଅଂଶ ଭାବେ ଗ୍ରହଣୀୟ ହୋଇଥିବା ସଂସ୍ଥାନକୁ ବଦନାମ କରାଯାଇଛି। ଗଣମାଧ୍ୟମରେ ହୈ ଚୈ ସୃଷ୍ଟି କରିବା ଦ୍ୱାରା ସଂସ୍ଥାନର ଗ୍ରାହକ ଏବଂ ଯୋଗାଣକାରୀମାନେ ଦୂରେଇ ଯାଇଥିବାରୁ ଆମେ ଏହାକୁ ବନ୍ଦ କରିବାକୁ ବାଧ୍ୟ ହେଉଛୁ।
୨୦୧୬ରେ ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ରାଷ୍ଟ୍ରପତି ନିର୍ବାଚନ ଅଭିଯାନ ସହ ମଧ୍ୟ କେମ୍ପ୍ରିଜ୍ ଆନାଲିଟିକା ସମ୍ପୃକ୍ତ ଥିବା କୁହାଯାଉଛି। ତଦନ୍ତ ଚାଲିଥିବା ସମୟରେ ଇଂଲଣ୍ଡ୍ ଏହି ଫାର୍ମ ତା’ର ସିଇଓ ଆଲେକ୍ଜାଣ୍ଡର୍ ଟେଲର୍ଙ୍କୁ ଗତ ଏପ୍ରିଲ୍ ମାସରେ ନିଲମ୍ବିତ କରିଥିଲା।
/sambad/media/post_attachments/wp-content/uploads/2018/05/1ba7fc3c35d3bd3a1647a70299ce6d83-300x169.jpg)
ଆମେରିକୀୟ ନିର୍ବାଚନରେ ବହୁ ସଂଖ୍ୟକ ଭୋଟର୍ମାନଙ୍କର ମନସ୍ତାତ୍ତ୍ୱିକ ପ୍ରୋଫାଇଲ୍ ଗଠନ କରିବା ନିମନ୍ତେ କେମ୍ପ୍ରିଜ୍ ଆନାଲିଟିକା ଫେସ୍ବୁକ୍ରୁ ତଥ୍ୟ ନେଇଥିଲା। ବ୍ୟକ୍ତିତ୍ୱ ପରୀକ୍ଷା ପରି ମନେ ହେଉଥିବା ଏକ ଆପ୍ ସହାୟତାରେ ସଂସ୍ଥାନ ଖୁବ୍ ଶୀଘ୍ର ଡାଟାବେସ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା। ସେ ଆପ୍ଟି କୋଟି କୋଟି ଲୋକଙ୍କର ଡାଟା ସଂଗ୍ରହ କରିବା ସହ ଆପ୍ ଡାଉନ୍ଲୋଡ୍ କରି ନ ଥିବା ସେମାନଙ୍କର ଫେସ୍ବୁକ୍ ଫ୍ରେଣ୍ଡ୍ମାନଙ୍କର ତଥ୍ୟ ମଧ୍ୟ ଯୋଗାଡ଼ କରି ନେଇଥିଲା।
ସେବେଠାରୁ ଫେସ୍ବୁକ୍ ଗୋପନୀୟତା କଟକଣା କଠୋର କରି ଦେଇଛି। କୌଣସି ଭୁଲ୍ କରି ନାହିଁ ଏବଂ ଟ୍ରମ୍ପ୍ଙ୍କ ନିର୍ବାଚନୀ ପ୍ରଚାର ଅଭିଯାନ କେମ୍ପ୍ରିଜ୍ ଡାଟା ବ୍ୟବହାର କରି ନାହିଁ ବୋଲି କେମ୍ପ୍ରିଜ୍ ଆନାଲିଟିକା କହିଛି।
Follow Us