ଆସିଲେ ଆର୍ଥର୍‌ ରୋଡ୍‌ ଜେଲ୍‌

ଘଟଣାକ୍ରମ

ଆସିଲେ ଆର୍ଥର୍‌ ରୋଡ୍‌ ଜେଲ୍‌

ନୂଆଦିଲ୍ଲୀ: ବିଜୟ ମାଲ୍ୟା ଭାରତକୁ ଆସିଲେ ତାଙ୍କୁ କେନ୍ଦ୍ରୀୟ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବ। ଜେଲ ପରିସରରେ ଥିବା ଏକ ଦୁଇ ମହଲା ବିଶିଷ୍ଟ କୋଠା ଭିତରେ ଥିବା ୧୨ ନମ୍ବର ବାରାକ୍‌ରେ ମାଲ୍ୟା ରହିବେ। ଏହି କୋଠାରେ ୨୬/୧୧ ମୁମ୍ବାଇ ଆକ୍ରମଣର ଆତଙ୍କବାଦୀ ମହମ୍ମଦ ଆଜମଲ କସାବ ମଧ୍ୟ ରହୁଥିଲେ ବୋଲି ଜେଲ୍‌ର ଜଣେ ଅଧିକାରୀ କହିଛନ୍ତି। ଜେଲ ପରିସରରେ ମାଲ୍ୟାଙ୍କୁ ରଖିବା ପାଇଁ ଆମେ ପ୍ରସ୍ତୁତ ଅଛୁ। ତାଙ୍କୁ ଯଦି ଏଠାକୁ ଅଣାଯାଏ ତାହେଲେ ତାଙ୍କର ସୁରକ୍ଷା ଦାୟିତ୍ବ ଆମେ ନେବୁ ବୋଲି ଅଧିକାରୀ ଜଣକ କହିଛନ୍ତି।

୨୦୦୫ ମେ’ ୯: ୟୁନାଇଟେଡ ବ୍ରିୱେରିଜ୍ ହୋଲଡିଂସ୍ ଲିମିଟେଡ ଅଧ୍ୟକ୍ଷ ବିଜୟ ମାଲ୍ୟାଙ୍କ କିଙ୍ଗ ଫିସର ଏୟାରଲାଇନ୍ସର ବାଣିଜ୍ୟିକ ଉଡ଼ାଣ ଆରମ୍ଭ
୨୦୧୩: ଷ୍ଟେଟ ବ୍ୟାଙ୍କ ନେତୃତ୍ବରେ ଅନ୍ୟ ବ୍ୟାଙ୍କ ଗୁଡ଼ିକରୁ ନେଇଥିବା ୬୪୯୩ କୋଟିରୁ ଋଣ ପରିଶୋଧ ପାଇଁ ବ୍ୟାଙ୍କ ଗୁଡ଼ିକ ୟୁନାଇଟେଡ ବ୍ରିୱେରିଜ୍ ହୋଲଡିଂସ ଲିମିଟେଡର ଦ୍ବାରସ୍ଥ
୨୦୧୬ ମାର୍ଚ୍ଚ ୩: ଭାରତ ଛାଡ଼ି ମାଲ୍ୟା ଲଣ୍ଡନ ପଳାଇଲେ
୨୦୧୭ ଫେବ୍ରୁଆରି: ଭାରତ ପକ୍ଷରୁ ବ୍ରିଟେନକୁ ପ୍ରତ୍ୟର୍ପଣ ଅନୁରୋଧ ପଠାଗଲା
୨୦୧୭ ଏପ୍ରିଲ ୧୮: ପ୍ରତ୍ୟର୍ପଣ ୱାରେଣ୍ଟ ବଳରେ ମାଲ୍ୟା ଗିରଫ ହେଲେ। ଗିରଫ ହେବାର କିଛି ସମୟ ପରେ ୬,୫୦,୦୦ ପାଉଣ୍ଡର ବଣ୍ଡ ଦେଇ ଜାମିନ ପାଇଲେ
୨୦୧୭ ଜୁନ ୧୩: ୱେଷ୍ଟମିନିଷ୍ଟର କୋର୍ଟରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଆରମ୍ଭ
୨୦୧୭ ଜୁଲାଇ ୬: ଶୁଣାଣି ପାଇଁ କୋର୍ଟରେ ହାଜର ହେଲେ ମାଲ୍ୟା
୨୦୧୭ ଅକ୍ଟୋବର ୩: କଳାଟଙ୍କାକୁ ଧଳା କରିବା ମାମଲାରେ ଇଡି କରିଥିବା ମାମଲାରେ ମାଲ୍ୟା ପୁଣି ଗିରଫ ହେବା ସହିତ ଜାମିନରେ ଗଲେ। ପ୍ରତ୍ୟର୍ପଣ ପାଇଁ ସିବିଆଇ ଓ ଇଡି ମାମଲାର ଏକତ୍ର ବିଚାର କରାଗଲା
୨୦୧୭ ଡିସେମ୍ବର ୪: ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଆରମ୍ଭ ହେବା ସହିତ ଡିସେମ୍ବର ୭, ୧୧, ୧୨, ୧୩ ଏବଂ ୧୪ ତାରିଖରେ ଶୁଣାଣି ହେଲା
୨୦୧୮ ଜାନୁଆରି ୧୧: ଶୁଣାଣି ପୁନଃ ଆରମ୍ଭ
୨୦୧୮ ଜୁଲାଇ ୩୧: ଆର୍ଥର ରୋଡ୍ ଜେଲର ଭିଡିଓ ଦାଖଲ ପାଇଁ ଭାରତୀୟ କର୍ତ୍ତୃପକ୍ଷଙ୍କୁ କୋର୍ଟର ନିର୍ଦ୍ଦେଶ
୨୦୧୮ ସେପ୍ଟେମ୍ବର ୧୨: ଚୂଡ଼ାନ୍ତ ଶୁଣାଣି ବେଲେ କୋର୍ଟ ପରିସରରେ ମାଲ୍ୟା ଗଣମାଧ୍ୟମକୁ ସୂଚନା ଦେଲେ ଯେ ସେ ଭାରତ ଛାଡ଼ିବା ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଭେଟିଥିଲେ।
୨୦୧୮ ଡିସେମ୍ବର ୧୦: ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ସ କୋର୍ଟର ବିଚାରପତି ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe