‘୪ ମାସର ଶିଶୁ କ’ଣ ଆନ୍ଦୋଳନରେ ସାମିଲ ହୋଇପାରେ’ ବୋଲି ପ୍ରଶ୍ନ କରି କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମ୍‌ କୋର୍ଟ

Advertisment
‘୪ ମାସର ଶିଶୁ କ’ଣ ଆନ୍ଦୋଳନରେ ସାମିଲ ହୋଇପାରେ’ ବୋଲି ପ୍ରଶ୍ନ କରି କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମ୍‌ କୋର୍ଟ

NewsHunt

ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନ ବାଗ୍‌ରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି)କୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିବା କାଳରେ ଏକ ୪ ମାସର ଶିଶୁର ମୃତ୍ୟୁ  ଘଟଣାରେ ଆଜି ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମ୍‌ କୋର୍ଟ। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େ ଆଜି ନିଜ ତରଫରୁ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଜଣେ ଚାରି ମାସର ଶିଶୁ କିପରି ଓ କେଉଁ ପରିସ୍ଥିତିରେ ଆନ୍ଦୋଳନରେ ସାମିଲ ହେଲା ସେସଂପର୍କରେ କାରଣ ଦର୍ଶାଇବା ପାଇଁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଗତ ଜାନୁଆରି ୨୬ ତାରିଖରେ ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିବା ଜନୈକ ୧୨ ବର୍ଷ ବୟସ୍କ ବାଳକ ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖି ଏ ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ଶିଶୁମାନଙ୍କୁ ଆନ୍ଦୋଳନରେ ଅଂଶଗ୍ରହଣ ନକରିବାକୁ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରିଥିଲେ। ଏହି ପତ୍ର ହସ୍ତଗତ ହେବାପରେ ସୁପ୍ରିମ୍‌ କୋର୍ଟ ଆଜି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

publive-image Scroll.in

ଉଲ୍ଲେଖଯୋଗ୍ୟ, ସିଏଏ ଓ ଏନଆରସିକୁ ବିରୋଧ କରି ଶାହୀନ ବାଗ୍‌ରେ ଚାଲିଥିବା ଆନ୍ଦୋଳନରେ ସାମିଲ ହେବା ପାଇଁ ଜନୈକା ମହିଳା ତାଙ୍କର ୪ମାସର ଶିଶୁକୁ ଧରି ଆନ୍ଦୋଳନ ସ୍ଥଳକୁ ଯାଇଥିବା ବେଳେ ସେଠାରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାକୁ ନିଜ ତରଫରୁ ବିଚାର ପାଇଁ ଗ୍ରହଣ କରି ଏହି ନୋଟିସ ଜାରି କରିଛନ୍ତି।

ତେବେ, ଆଜି ଏହି ମାମଲାର ଶୁଣାଣି କାଳରେ ଆନ୍ଦୋଳନକାରୀଙ୍କ ଓକିଲ ୪ ମାସର ଶିଶୁ ଆନ୍ଦୋଳନସ୍ଥଳକୁ ଯିବା ଯଥାର୍ଥ ବୋଲି କହିବା ପରେ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ତାଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େ ଆନ୍ଦୋଳନକାରୀ ଓକିଲଙ୍କୁ ଚେତାଇ ଦେଇ କହିଥିଲେ ଯେ ତୁମେ ଅଯଥା ଯୁକ୍ତିତର୍କ କର ନାହିଁ। ୪ ମାସର ଶିଶୁ କିପରି, କେମିତି ଓ କେଉଁ ପରିସ୍ଥିତିରେ ଆନ୍ଦୋଳନ ସ୍ଥଳକୁ ଗଲା ଓ ତା’ ମା କିପରି ତାକୁ ସାଙ୍ଗରେ ଧରି ଗଲେ ଆଗେ ତା’ର ଉତ୍ତର ଦିଅ। ଜଣେ ୪ ମାସର ଶିଶୁ କ’ଣ କେବେ ଏପରି ଏକ ଆନ୍ଦୋଳନରେ ଅଂଶ ଗ୍ରହଣ କରିପାରେ କି ବୋଲି ପାଲଟା ପ୍ରଶ୍ନ କରିଥିଲେ ସୁପ୍ରିମ୍‌ କୋର୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe