କାମାକ୍ଷାରେ କି ଭୋଗ ଲାଗେ ଆସାମର ମୁଖ୍ୟମନ୍ତ୍ରୀ କହିପାରିବେ: ମହୁଆ ମୈତ୍ର

କାମାକ୍ଷାରେ କି ଭୋଗ ଲାଗେ ଆସାମର ମୁଖ୍ୟମନ୍ତ୍ରୀ କହିପାରିବେ: ମହୁଆ ମୈତ୍ର

Image Courtesy of India TV News

ନୂଆଦିଲ୍ଲୀ: କାମାକ୍ଷା ମନ୍ଦିରର ଅଧିଷ୍ଠାତ୍ରୀ ଦେବୀଙ୍କୁ କି ଭୋଗ ଲାଗି କରାଯାଏ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଲିଖିତ ଆକାରରେ ବୁଝାଇ ଦେଇ ପାରିବେ କି, ବୋଲି କାଳୀଙ୍କ ବିଷୟରେ ବିବୃତି ଦେଇ ରାଜନୈତିକ ବିବାଦ ଆରମ୍ଭ କରିଥିବା ‘ତୃଣମୂଳ କଂଗ୍ରେସ’ର ଲୋକସଭା ସାଂସଦ ମହୁଆ ମୈତ୍ର ପଚାରିଛନ୍ତି।

ଏକ ବଙ୍ଗଳା ‘ନିଉଜ୍ ଚାନେଲ୍‌’ରେ କହିବା ବେଳେ ‘ତୃଣମୂଳ କଂଗ୍ରେସ’ ନେତ୍ରୀ ମହୁଆ ମୈତ୍ର କହିଛନ୍ତି, ନିଜ ନିଜ ରାଜ୍ୟରେ ଥିବା ମା କାଳୀଙ୍କ ମନ୍ଦିରରେ କ’ଣ ସବୁ ଭୋଗ ଲାଗି କରାଯାଏ ଅନ୍ୟ ‘ବିଜେପି’ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଲେଖି ଜଣାଇ ପାରିବେ କି? ମଦ କ’ଣ କାଳୀ ମନ୍ଦିରରେ ଲାଗି ହେଉଥିବା ‌ନୈବେଦ୍ୟର ଗୋଟିଏ ସାମଗ୍ରୀ ନୁହେଁ? ସେମାନଙ୍କର କୁକାର୍ଯ୍ୟ ବିରୋଧରେ ପ୍ରବଳ ପ୍ରତିବାଦ କରିବାରୁ ‘ବିଜେପି’ ମତେ ଦବାଇ ଦେବାକୁ ଚାହୁଁଛି। କିନ୍ତୁ, ମୁଁ ଜାଣେ, ମୋ ବିରୋଧରେ ସେମାନଙ୍କର ରଣକୌଶଳ ସଫଳ ହେବନାହିଁ।

publive-image Image Courtesy of The Quint

ମୋ ବିରୋଧରେ ‘ଏଫ୍‌ଆଇର୍‌’ ପଞ୍ଜିକୃତ ହୋଇଥିବା ବିଜେପି ଶସିତ ରାଜ୍ୟ ସରକାରମାନଙ୍କୁ ମୁଁ ଆହ୍ବାନ ଦେଉଛି, ଦେବୀ କାଳୀଙ୍କୁ ଅର୍ପଣ କରାଯାଉଥିବା ନୈବେଦ୍ୟ ସମ୍ପର୍କରେ ସେମାନେ ଅଦାଲତରେ ସତ୍ୟପାଠ ଦାଖଲ କରନ୍ତୁ ବୋଲି ମହୁଆ କହିଛନ୍ତି।

ମହୁଆ ଆହୁରି ମଧ୍ୟ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ସେ ଜଣେ ଅଭିଜ୍ଞା ରାଜନେତ୍ରୀ ଭଳି କାମ ମନ୍ତବ୍ୟ ଦେଇଛନ୍ତି। ‘ବିଜେପି’ ହିନ୍ଦୁ ଦେବାଦେବୀଙ୍କର ତତ୍ତ୍ବାବଧାରକ ନୁହନ୍ତି କି, ଦେବୀ କାଳୀଙ୍କୁ କେମିତି ପୂଜା କରାଯାଏ ସେମାନେ ବଙ୍ଗାଳୀମାନଙ୍କୁ ଶିଖାଇବା ଅନୁଚିତ।

ଭଗବାନ ରାମ କି, ହନୁମାନ କେବଳ ‘ବିଜେପି’ ଲୋକମାନଙ୍କର ନୁହନ୍ତି। ‘ବିଜେପି’ ହିନ୍ଦୁ ଧର୍ମର ଠିକା ନେଇଛି ବୋଲି ମହୁଆ ପଚାରିଛନ୍ତି।

ସ୍ମରଣଯୋଗ୍ୟ, କାଳୀ ମଦ-ମାଂସପ୍ରିୟା ବୋଲି ବୋଲି ‘ଇଣ୍ଡିଆ ଟୁଡେ ମିଡିଆ କନ୍‌କ୍ଲେଭ୍‌’ରେ ମହୁଆ ମୈତ୍ର କହିବା ପରେ ଦେଶର କେତେକ ପ୍ରାନ୍ତରେ ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe