Image Courtesy of The Statesman
ମୁମ୍ବାଇ: ଭାରତର ଅନ୍ୟତମ ସମ୍ମାନଜନକ ଡାକ୍ତରୀ ପତ୍ରିକା ‘ଜର୍ଣ୍ଣାଲ୍ ଅଫ୍ ଆସୋସିଏସନ୍ ଅଫ୍ ଫିଜିସିଆନ୍ସ୍’ (ଜେଏପିଆଇ) ଜୁଲାଇ ସଂଖ୍ୟାରେ ଖାଣ୍ଟି ନଡ଼ିଆତେଲ ବିଷୟରେ ଏକ ସମୀକ୍ଷା ପ୍ରକାଶ କରିଛି। ଏହି ଆଲେଖ୍ୟରେ ରୋଗପ୍ରତିରୋଧକ ବ୍ୟବସ୍ଥା ପାଇଁ ଖାଣ୍ଟି ନଡ଼ିଆତେଲର ଉପକାରିତା ଏବଂ ଅଣୁଜୀବମାନଙ୍କ ବିରୋଧରେ କାମ କରିବାର କ୍ଷମତା ଉପରେ ଧ୍ୟାନ ଦିଆଯାଇଛି।
ଏହି ଅଧ୍ୟୟନର ଅନ୍ୟତମ ମୁଖ୍ୟ ଲେଖକ ତଥା ଇଣ୍ଡିଆନ୍ କଲେଜ୍ ଅଫ୍ ଫିଜିସିଆନ୍ସ୍ ଓ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ଟାସ୍କ୍ଫୋର୍ସର ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ, ନଡ଼ିଆତେଲରେ ‘ଲୌରିକ୍ ଏସିଡ୍ ଅଛି ଯାହା ହେଉଛି ଶରୀରରେ ସହଜରେ ମିଶିଯାଇ ପାରୁଥିବା ଏକ ପ୍ରକାର ପରିଷ୍କୃତ ଫ୍ୟାଟି ଏସିଡ୍। ଭାରତୀୟମାନେ ବହୁ ପରିମାଣରେ ଫ୍ୟାଟି ଏସିଡ୍ ଖାଆନ୍ତି, ଯେମିତି ଘିଅ। ଫ୍ୟାଟି ଏସିଡ୍ ହେଉଛି ଶରୀରର ମେଟାବୋଲିଜମ୍ ପାଇଁ ଆବଶ୍ୟକ ଚର୍ବିର ଉପଯୁକ୍ତ ଉତ୍ସ।
ଆଜକୁ ୪୦୦୦ ବର୍ଷ ହେବ ନଡ଼ିଆତେଲ ଆୟୁର୍ବେଦିକ ଔଷଧ ଭାବେ ମାନ୍ୟତା ପାଇଛି। ଆମେ ଏହାକୁ ଖାଇଲେ କି, ଲଗାଇ ହେଲେ ଏଥିରୁ ଲୌରିକ୍ ଏସିଡ୍ ବାହାରେ ଯାହା ମନୋଲୌରିନ୍ ପାଲଟି ବ୍ୟାକ୍ଟେରିଆ, ଭୂତାଣୁ ଏବଂ କବକ ନଷ୍ଟ କରିପକାଏ।
/sambad/media/post_attachments/wp-content/uploads/2020/07/co.jpg) Image Courtesy of The New York Times
 Image Courtesy of The New York Timesଡାକ୍ତର ଯୋଶୀ କହିଛନ୍ତି, ନଡ଼ିଆତେଲ ଉପରେ ସମୀକ୍ଷା କରିବାର ମୁଖ୍ୟ କାରଣ କୋଭିଡ୍-୧୯ ନୁହେଁ। କାରଣ ହେଉଛି କେରଳୀମାନେ ବହୁ ପରିମାଣର ନଡ଼ିଆତେଲ ଖାଉଥିବାରୁ ସେମାନେ କୋଭିଡ୍-୧୯ ସହ ଭଲଭାବେ ମୁକାବିଲା କରିପାରୁଛନ୍ତି।
ଆରୋଗ୍ୟକାରୀ କ୍ଷମତାରେ ବିଶ୍ବାସ ଥିବାରୁ ଗତ ଅଳ୍ପ କେତେ ବର୍ଷ ହେବ ଯୁକ୍ତରାଷ୍ଟ୍ର ଆମେରିକାରେ ବି ଅମିଶ୍ରିତ ନଡ଼ିଆତେଲର ବ୍ୟବହାର ବଢ଼ିଛି ବୋଲି ଡାକ୍ତର ଯୋଶୀ କହିଛନ୍ତି।
କିନ୍ତୁ, ଏ କଥାରେ ସବୁ ଡାକ୍ତର ଏକମତ ନୁହନ୍ତି। ଏକ ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି, କୋଭିଡ୍-୧୯ ଭଳି ସଂକ୍ରମଣ ବିରୋଧରେ ନଡ଼ିଆତେଲ ସୁରକ୍ଷା ଦେଉଥିବାର କୌଣସି ପ୍ରମାଣ ନାହିଁ। ଏଥିରେ ଅଣୁଜୀବ ବିରୋଧୀ କିଛି ଉପାଦାନ ଥିବା କଥା ଜଣାନାହିଁ। କିନ୍ତୁ, ଏଥିରେ ଜିଙ୍କ୍ ଅଛି। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କୁ ଜିଙ୍କ୍ ଦିଆଯାଉଛି। ନଡ଼ିଆତେଲରେ ଥିବା ସବୁ ରାସାୟନିକ ଉପାଦାନକୁ ଶରୀର କିଭଳି ବିଶୋଷଣ କରୁଛି ତାହା ମଧ୍ୟ କେହି ଜାଣନ୍ତି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/07/coconut-oil.jpg)