ଦୁଇ ଥର ମହାଭିଯୋଗରେ ଦୋଷୀ, ଲଢ଼ିପାରିବେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ

ଦୁଇ ଥର ମହାଭିଯୋଗରେ ଦୋଷୀ, ଲଢ଼ିପାରିବେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ

The Economic Times

ୱାସିଂଟନ: ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ଆମେରିକାର ଏକମାତ୍ର ରାଷ୍ଟ୍ରପତି ଯେ ଦୁଇଥର ମହାଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ବାଦ୍‌ ଜଣେ ପର୍ଣ୍ଣଷ୍ଟାରଙ୍କ ସହିତ ଥିବା ସଂପର୍କ ବିଷୟରେ ମୁହଁ ‌ନଖୋଲିବା ପାଇଁ ସେ ତାଙ୍କୁ ବିପୁଳ ଅର୍ଥ ପ୍ରଦାନ କରିଥିବା ଅଭିଯୋଗ ତାଙ୍କ ନାମରେ ରହିଛି। ସେହି ମାମଲାରେ ତାଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି। ଏହା ବନ୍ଦ ଲଫାପାରେ ଥିବାରୁ ତାଙ୍କ ବିରୋଧରେ କ’ଣ ସବୁ ଅଭିଯୋଗ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ। ଏହା ସତ୍ତ୍ବେ ରାଷ୍ଟ୍ରପତି ‌‌ପ୍ରାର୍ଥୀ ହେବାରୁ ତାଙ୍କୁ କୌଣସି ଅସୁବିଧା ହେବନାହିଁ ବୋଲି ୱାସିଂଟନ ପୋଷ୍ଟରେ ଦର୍ଶାଯାଇଛି।

ନ୍ୟୁୟର୍କ ଲ ସ୍କୁଲର ପ୍ରଫେସର ଆନା ଜି କୋମିନସ୍କି କହିଛନ୍ତି ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେଲେ ବି ହ୍ବାଇଟ୍ ହାଉସ ପାଇଁ ପ୍ରାର୍ଥୀ ହେବାରୁ ସେ ଅଯୋଗ୍ୟ ହେବେ ନାହିଁ। ରାଷ୍ଟ୍ରପତି ପାର୍ଥୀ ହେବା ପାଇଁ ସମ୍ବିଧାନରେ ସେଭଳି କୌଣସି ବିଶେଷ ଆବଶ୍ୟକତା ନାହିଁ ବୋଲି ‌କୋମିନସ୍କି କହିଛନ୍ତି। ଦୋଷୀ ସାବ୍ୟସ୍ତ ହେଲେ ବି ସେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରିବେ। ସମ୍ବିଧାନରେ ଏ ନେଇ କୌଣସି ବାରଣ ନାହିଁ ବୋଲି ସେ କହିଛନ୍ତି। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଆଇନ ପ୍ରଫେସର ରିଚାର୍ଟ ହାସେନ ମଧ୍ୟ ସମାନ ପ୍ରକାର ମତ ପୋଷଣ କରିଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ସମ୍ବିଧାନରେ ୩ଟି ଆବଶ୍ୟକତା ରହିଛି। ସେଥିରୁ ଗୋଟିଏ ହେଲା ସେ ଆମେରିକାର ନାଗରିକ ହୋଇଥିବେ। ତାଙ୍କର ବୟସ ୩୫ ବର୍ଷ ହୋଇଥିବ ଏବଂ ଭାରତରେ ଅତିକମ୍‌ରେ ୧୪ ବର୍ଷ ବସବାସ କରିଥିବେ। ଏପରିକି କାରଗାରରେ ରହି ମଧ୍ୟ ଜଣେ ରାଷ୍ଟ୍ରପତି‌ ହୋଇପାରିବେ। ରାଷ୍ଟ୍ରପତି ହେବା ପାଇଁ ଜଣକ ନାମରେ ଅପରାଧିକ ମାମଲା ନଥିବାର କୌଣସି ଆବଶ୍ୟକତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe