ଟିକା ନେବା ପରେ ସହବାସ କରିହେବ!

Advertisment
୧୮-୪୪ ବର୍ଷର ଲୋକଙ୍କ ଟିକାକରଣ: ନେଟୱର୍କ ନ ଥିବା ଅପହଞ୍ଚ ଅଞ୍ଚଳରେ କିଭଳି ହେବ ପଞ୍ଜୀକରଣ?

Representational image Zee News

ନୂଆଦିଲ୍ଲୀ : ଦେଶରେ ସମ୍ପ୍ରତି ୪୫ ବର୍ଷରୁ ଅଧିକ ବୟସ୍କମାନଙ୍କ ଟିକାକରଣ ଜାରି ରହିଥିବା ବେଳେ ଟିକା ନେବା ପରେ କ’ଣ ସବୁ କରିବାକୁ ହେବ ଏବଂ କେଉଁଥିରୁ ଜଣେ ବିରତ ରହିବା ଜରୁରୀ ସେ ସଂକ୍ରାନ୍ତ ନାନା ଆଲୋଚନା ଜାରି ରହିଛି। ତେବେ ଟିକା ନେଇ ଜଣେ ସହବାସ କରିପାରିବ ନା ନାହିଁ ସେ ଭଳି ଏକ ଅନାଲୋଚିତ ପ୍ରଶ୍ନ ଏବେ ସାମାଜିକ ଗଣମାଧ୍ୟମରେ ଛାଇଯାଇଛି। ବିଶେଷଜ୍ଞମାନେ ଏ ଦିଗରେ କିଛି ଆଲୋକପାତ କରିଛନ୍ତି। ସେମାନଙ୍କ କହିବାନୁସାରେ, କୋଭିଡ୍‌ ଟିକାର ଦୀର୍ଘକାଳୀନ ପାର୍ଶ୍ବପ୍ରତିକ୍ରିୟା କ’ଣ ରହିବ ଏବଂ ଟିକା ନେବା ପରେ କୌଣସି ପୁରୁଷ ଓ ମହିଳାଙ୍କ ସହବାସରେ ଏହା କି ପ୍ରଭାବ ପକାଇବ ତାହା ଏବେଠାରୁ କହିହେବନାହିଁ। ସେହିପରି ଜଣେ ଟିକାପ୍ରାପ୍ତ ହିତାଧିକାରୀ ମଧ୍ୟ ସବୁବେଳେ ଶାରୀରିକ ସମ୍ପର୍କରୁ ବିରତ ରହିବା ସମ୍ଭବ ନୁହେଁ। ସୁତରାଂ ପ୍ରତିଷେଧକ ହିଁ ଶ୍ରେଷ୍ଠ ସୁରକ୍ଷା ବୋଲି ଗାଜିଆବାଦ ସ୍ଥିତ କଲମ୍ବିଆ ଏସିଆ ହସ୍ପିଟାଲର ଡା. ଦୀପକ ବର୍ମା କହିଛନ୍ତି। ଅର୍ଥାତ୍‌ ଏପରି ସମ୍ଭୋଗ ପୂର୍ବରୁ କଣ୍ଡୋମ୍‌ ପରି ଗର୍ଭନିରୋଧକ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ଟିକାର ଦ୍ବିତୀୟ ମାତ୍ରା ନେବାର ଦୁଇରୁ ତିନି ସପ୍ତାହ ଯାଏ ଅନ୍ତତଃ କଣ୍ଡୋମ୍‌ ବ୍ୟବହାର କରିବା ନିରାପଦ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe