ରାବଣ ଶ୍ବଶୁର ଘରେ ଶ୍ରୀରାମ ହୋଇ ପାରିବେ କି ବିଜୟୀ? ମିରଟର ରୋଚକ ନିର୍ବାଚନୀ ସମୀକରଣ

ରାବଣ ଶ୍ବଶୁର ଘରେ ଶ୍ରୀରାମ ହୋଇ ପାରିବେ କି ବିଜୟୀ? ମିରଟର ରୋଚକ ନିର୍ବାଚନୀ ସମୀକରଣ

ମିରଟ: ଲୋକସଭା ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରଚାର ଜୋରସୋର୍ ଜାରି ରହିଛି। ଶାସକ ବିଜେପି ଚଳିତ ଥର ପ୍ରାର୍ଥୀ ଚୟନରେ ସତର୍କତା ଅବଲମ୍ବନ କରିଛି। ପୂର୍ବ ଉତ୍ତରପ୍ରଦେଶରେ ମିରଟ ଲୋକସଭା ଆସନରେ ବିଜେପି ପକ୍ଷରୁ ଟିଭି ସିରିଏଲ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କୁ ଟି‌କେଟ ମିଳିଛି।

ମିରଟ ଲୋକସଭା ଆସନ ସବୁବେଳେ ହଟ୍ ସିଟ୍ ହୋଇ ରହି ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ନିଜର ନିର୍ବାଚନୀ ଶଙ୍ଖନାଦ ମିରଟରୁ ହିଁ କରିଛନ୍ତି। ବିଜେପି ମିରଟରେ ତୃତୀୟ ଥର ପାଇଁ ବିଜୟ ପତାକା ଉଡ଼ାଇବାକୁ ଚାହୁଁଛି। ମିରଟ ହେଉଛି ରାମାୟଣ ରାବଣଙ୍କ ଶ୍ବଶୁର ଘର।

ଏହି ଆସନରୁ ଚଳିତ ଥର ରାମାୟଣ ସିରିଏଲର ଶ୍ରୀରାମ ଜିତି ପାରିବେ କି ନାହିଁ ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ରାବଣଙ୍କ ଶ୍ବଶୁର ଘରେ ଶ୍ରୀରାମଙ୍କ ସ୍ବାଗତ ହୋଇ ପାରିବ କି ନାହିଁ ତାହା ନିର୍ବାଚନ ଫଳାଫଳ ପ୍ରକାଶ ପରେ ହିଁ ଜଣାପଡ଼ିବ।

ଦେଶରେ ରାମମନ୍ଦିର ନିର୍ମାଣ ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି। ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାରରେ ରାମମନ୍ଦିର ପ୍ରସଙ୍ଗକୁ ଯୋଡ଼ା ଯାଇଛି। ତେବେ ମଧ୍ୟ ଅରୁଣ ଗୋଭିଲଙ୍କ ବିଜୟ ସେତେ ସହଜ ମନେ ହେଉନାହିଁ ବୋଲି ରାଜନୈତିକ ସମୀକ୍ଷକ ମତ ପୋଷଣ କରିଛନ୍ତି। ଅରୁଣଙ୍କ ଜନ୍ମ ମିରଟରେ ହୋଇଥିଲା। ତେବେ ମିରଟରେ ତାଙ୍କୁ ବହୁ ଆହ୍ବାନର ମୁକାବିଲା କରିବାକୁ ପଡ଼ିବ।

ମିରଟରେ ଜନ୍ମ ହୋଇଥିବା ଅରୁଣଙ୍କୁ ପିଲାଦିନ ପରେ ଆଉ ସେଠାରେ ଦେଖିବାକୁ ମିଳି ନ ଥିଲା। ସେ ପୁଣି ମୁମ୍ବାଇ ପଳାଇ ଯିବ‌ା ନେଇ ସ୍ଥାନୀୟ ଭୋଟରଙ୍କ ମଧ୍ୟରେ ଆଶଙ୍କା ରହିଛି। ମିରଟରେ ଦଳିତ ମୁସଲମାନଙ୍କ ସଂଖ୍ୟା ଅଧିକ। ସେମାନେ ନିର୍ବାଚନରେ ଏକ ବଡ଼ ଭୂମିକା ଗ୍ରହଣ କରି ପାରନ୍ତି। ଏହା ସହିତ ଓବିସିଙ୍କ ପ୍ରସଙ୍ଗ ମଧ୍ୟ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe