ଜୟଶଙ୍କରଙ୍କ ସାକ୍ଷାତକାର ପ୍ରସାରଣ କରିଥିବା ଅଷ୍ଟ୍ରେଲୀୟ ଟିଭି ଚ୍ୟାନେଲ ଉପରେ କଟକଣା ଲଗାଇଲା କାନାଡା

Advertisment

ଅଷ୍ଟ୍ରେଲିଆର ଏକ ଗଣମାଧ୍ୟମ ସଂସ୍ଥା 'ଅଷ୍ଟ୍ରେଲିଆ ଟୁଡେ'ର ସୋସିଆଲ ମିଡିଆ ଆକାଉଣ୍ଟକୁ କାନାଡା ବ୍ଲକ୍ କରିଛି। ଏହି ଚ୍ୟାନେଲ ରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ଓଙ୍ଗଙ୍କ ମଧ୍ୟରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ପ୍ରସାରିତ ହୋଇଥିଲା ।

ଅଷ୍ଟ୍ରେଲିଆର ଏକ ଗଣମାଧ୍ୟମ ସଂସ୍ଥା 'ଅଷ୍ଟ୍ରେଲିଆ ଟୁଡେ'ର ସୋସିଆଲ ମିଡିଆ ଆକାଉଣ୍ଟକୁ କାନାଡା ବ୍ଲକ୍ କରିଛି। ଏହି ଚ୍ୟାନେଲ ରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ଓଙ୍ଗଙ୍କ ମଧ୍ୟରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ପ୍ରସାରିତ ହୋଇଥିଲା ।

mea

ନୂଆଦିଲ୍ଲୀ: କାନାଡା ଓ ଭାରତ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢିବାରେ ଲାଗିଛି । ମନ୍ଦିର ଉପରେ ଆକ୍ରମଣ ଏବଂ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ପରେ ଭାରତ କାନାଡା ସରକାରଙ୍କ ଆଉ ଏକ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛି ।

ଅଷ୍ଟ୍ରେଲିଆର ଏକ ଗଣମାଧ୍ୟମ ସଂସ୍ଥା 'ଅଷ୍ଟ୍ରେଲିଆ ଟୁଡେ'ର ସୋସିଆଲ ମିଡିଆ ଆକାଉଣ୍ଟକୁ କାନାଡା ବ୍ଲକ୍ କରିଛି। ଏହି ଚ୍ୟାନେଲ ରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ଓଙ୍ଗଙ୍କ ମଧ୍ୟରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ପ୍ରସାରିତ ହୋଇଥିଲା । ଏହାପରେ ଜୟଶଙ୍କରଙ୍କ ସାକ୍ଷାତକାର ମଧ୍ୟ ନିଆଯାଇଥିଲା। ଜୟଶଙ୍କର ବିନା ପ୍ରମାଣରେ କାନାଡା ଉପରେ ଭାରତର ଅଭିଯୋଗ ଆଣିବା ପ୍ରସଙ୍ଗ ଉଠାଇଥିଲେ। ଏହି ସାକ୍ଷାତକାରର କିଛି ଘଣ୍ଟା ପରେ କାନାଡା ଏହି ଅଷ୍ଟ୍ରେଲୀୟ ନ୍ୟୁଜ୍ ଚ୍ୟାନେଲର ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବନ୍ଦ କରିଦେଇଥିଲା । କାନାଡାରେ ଲୋକମାନେ ଆଉ ଏହି ଚ୍ୟାନେଲ ଦେଖିପାରିବେ ନାହିଁ । ଏବେ ଏହି ପୂରା ଘଟଣାକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବୟାନ ଆସିଛି ।

କାନାଡ଼ାରେ ଜଷ୍ଟିନ ଟ୍ରୁଡୋ ସରକାର ଅଷ୍ଟ୍ରେଲିଆର ଅଗ୍ରଣୀ ସଂସ୍ଥା 'ଅଷ୍ଟ୍ରେଲିଆ ଟୁଡେ'ର ସୋସିଆଲ ମିଡିଆ ପେଜ୍ କୁ ବ୍ଲକ୍  କରିବା ଘଟଣାକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ପ୍ରଶ୍ନ ଉଠାଇଛନ୍ତି। ଆମେ ଜାଣିବାକୁ ପାଇଛୁ ଯେ କାନାଡାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବାସୀ ସଂସ୍ଥାର ସୋସିଆଲ ମିଡିଆ ହ୍ୟାଣ୍ଡେଲ, ପେଜକୁ ଅବରୋଧ/ନିଷିଦ୍ଧ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପେନି ଓଙ୍ଗଙ୍କ ସହ ସାମ୍ବାଦିକ ସମ୍ମିଳନୀ ପ୍ରସାରଣ କରିବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। ଏହି କାର୍ଯ୍ୟରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ଏହା ପୁଣି ଥରେ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି କାନାଡାର ଦମ୍ଭକୁ ପଦାରେ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe