ନୂଆଦିଲ୍ଲୀ: କାନାଡାର ଏକ ହସ୍ପିଟାଲରେ ଘଣ୍ଟାଘଣ୍ଟା ଧରି ଚିକିତ୍ସା ପାଇଁ ଅପେକ୍ଷା କରି ରହିଥିବା ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ନାମ ପ୍ରଶାନ୍ତ ଶ୍ରୀକୁମାର ଓ ବୟସ ୪୪ବର୍ଷ ଥିବା ଜଣାପଡ଼ିଛି।
ଚିକିତ୍ସାରେ ଅବହେଳା ଚାଲିଗଲା ରୋଗୀଙ୍କ ଜୀବନ
ମୃତ ପ୍ରଶାନ୍ତ ଶ୍ରୀକୁମାରଙ୍କ ପରିବାରଲୋକ ଅଭିଯୋଗ କରି କହିଛନ୍ତି, ‘ଛାତିରେ ଯନ୍ତ୍ରଣା ପରେ ଶ୍ରୀକୁମାରଙ୍କୁ ଚିକିତ୍ସା ପାଇଁ ଦକ୍ଷିଣ-ପୂର୍ବ ଏଡମୋଣ୍ଟନର ଗ୍ରେ ନନ୍ସ କମ୍ୟୁନିଟି ହସ୍ପିଟାଲ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପାଇଁ ଥିବା ପ୍ରତୀକ୍ଷା ଗୃହରେ ବସିବାକୁ କୁହାଯାଇଥିଲା। ଏହି ସମୟରେ ପୁଅ ଅତି ବିକଳ ହୋଇ ତାର ବାପାଙ୍କୁ କହୁଥିଲା, ‘ବାପା ମୁଁ ଯନ୍ତ୍ରଣା ସହ୍ୟ କରିପାରୁନାହିଁ। ଡାକ୍ତରଙ୍କୁ କହି ମୋର ଚିକିତ୍ସା ଆରମ୍ଭ କରାଅ। ବ୍ୟସ୍ତବିବ୍ରତ ଲାଗୁଛି। ନିଶ୍ବାସ ନେଇ ହେଉନାହିଁ। କିଛି ବି କର ବାପା ମୋତେ ବଞ୍ଚାଇ ଦିଅ। ଜୀବନ ଛାଡ଼ିଗଲା ଭଳି ଲାଗୁଛି।’
ଅଧିକପଢ଼ନ୍ତୁ:ନାମ ନ ନେଇ ବି ଗାନ୍ଧୀ ପରିବାରକୁ ଧୋଇଦେଲେ କୁମାର ବିଶ୍ୱାସ
44 year-old man passes away in the hospital after waiting over 8 hours in the emergency room in Canadian hospital 😳💔 pic.twitter.com/bHztPMbDkH
— RTN (@RTNToronto) December 25, 2025
ଚିକିତ୍ସା ବଦଳରେ ଦେଲେ ପେନକ୍ଲିୟର
ଘଣ୍ଟାଘଣ୍ଟା ଅପେକ୍ଷା ପରେ ହସ୍ପିଟାଲ କର୍ମଚାରୀମାନେ ଶ୍ରୀକୁମାରଙ୍କ ଇଲେକ୍ଟ୍ରୋକାର୍ଡିଓଗ୍ରାମ (ଇସିଜି) କରିଥିଲେ। ଏହାପରେ କୁହାଯାଇଥିଲା ବ୍ୟସ୍ତ ହେବାର କିଛି କାରଣ ନାହିଁ। ସବୁ କିଛି ଠିକ୍ ଅଛି। ଶ୍ରୀକୁମାରଙ୍କ ଯନ୍ତ୍ରଣାକୁ ଦେଖି ନର୍ସମାନେ ଏକ ପେନକ୍ଲିୟର ବଟିକା ଖାଇବାକୁ ଦେଇ ଦେଇଥିଲେ। କିଛି ସମୟ ପରେ ପୁଅର ରକ୍ତଚାପ ବୃଦ୍ଧି ପାଇବା ଦେଖି ଚିକିତ୍ସା ପାଇଁ ଡକାଗଲା। ପୁଅ ସେଠାରେ ୧୦ ମିନିଟ ବସିବା ପରେ ଛାତିରେ ହାତ ରଖି ଚଟାଣରେ ଟଳି ପଡ଼ିଥିଲା। ନର୍ସ ଓ ଡାକ୍ତରମାନେ ତାକୁ ସେଠାରୁ ଉଠାଇ ବେଡରେ ଶୁଆଇ ମୃତ ଘୋଷଣା କରିଥିଲେ।
ହସ୍ପିଟାଲ ପରିଚାଳକ ରୋଗୀଙ୍କ ସହିତ ଜଡ଼ିତ ବିବରଣୀ ଉପରେ କୌଣସି ମନ୍ତବ୍ୟ ନଦେଇ କହିଛନ୍ତି, ‘ ମାମଲାଟି ମୁଖ୍ୟ ଚିକିତ୍ସା ପରୀକ୍ଷକଙ୍କ କାର୍ଯ୍ୟାଳୟ ଦ୍ୱାରା ସମୀକ୍ଷା କରାଯାଉଛି। ଆମେ ରୋଗୀଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା ଜଣାଉଛୁ। ରୋଗୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଏବଂ ଯତ୍ନ ଆମ ପାଇଁ ସର୍ବଦା ଗୁରୁତ୍ବପୂର୍ଣ୍ଣ ହୋଇଥାଏ।’
ଅଧିକପଢ଼ନ୍ତୁ:ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/26/dae49a38-7994-4d37-8b8e-32c034795f06-2025-12-26-14-39-53.jpg)