ପୁଣି ବଢ଼ିଲା କାନାଡ଼ା-ଭାରତ ତିକ୍ତତା: ଖଲିସ୍ତାନୀ ଉଗ୍ରବାଦୀଙ୍କ ‘ନାଗରିକ ଅଦାଲତ’

Advertisment

କଡ଼ା ବିରୋଧ କଲା ଭାରତ, କାନାଡ଼ା ହାଇକମିସନରଙ୍କୁ ଚିଠି

କଡ଼ା ବିରୋଧ କଲା ଭାରତ, କାନାଡ଼ା ହାଇକମିସନରଙ୍କୁ ଚିଠି

ପୁଣି ବଢ଼ିଲା କାନାଡ଼ା-ଭାରତ ତିକ୍ତତା: ଖଲିସ୍ତାନୀ ଉଗ୍ରବାଦୀଙ୍କ  ‘ନାଗରିକ ଅଦାଲତ’

ନୂଆଦିଲ୍ଲୀ: କାନାଡ଼ା-ଭାରତ କୂଟନୈତିକ ସଂପର୍କ ପୁଣି ଥରେ ଭୀଷଣ ତିକ୍ତ ହୋଇଉଠିଛି। କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଜଷ୍ଟିନ ଟ୍ରୁଡ଼ୋ ସରକାର ସବୁ ସମର୍ଥନ ଦେବା ସହ ଭାରତ ବିରୋଧରେ ଉସୁକାଇବା ଭଳି ପଦକ୍ଷେପ ନେଇଛି। ‌ ଏହାର ଜୋରଦାର ବିରୋଧ କରିଛି ଭାରତ। ଖାଲିସ୍ତାନୀ ଉଗ୍ରବାଦୀମାନେ ଭାନକୁଭରସ୍ଥିତ ଭାରତୀୟ ଦୂତାବାସ ବାହାରେ ତଥାକଥିତ ‘ନାଗରିକ ଅଦାଲତ’ ଆୟୋଜନ କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁତ୍ତଳିକା ଜାଳିବା ନେଇ ଭାରତ କାନାଡ଼ା ନିକଟରେ ତୀବ୍ର ପ୍ରତିବାଦ ଜଣାଇଛି।

କାନାଡ଼ା ହାଇକମିସନରଙ୍କୁ କୂଟନୈତିକ ଚିଠି ଜାରି କରି ଭାରତ ଖଲିସ୍ତାନୀ ଆତଙ୍କବାଦୀଙ୍କ ସଦ୍ୟତମ କାର୍ଯ୍ୟକଳାପକୁ ନେଇ ଗମ୍ଭୀର ଆପତ୍ତି ଜଣାଇଛି। ଭାରତ ବିରୋଧୀ ଶକ୍ତିମାନଙ୍କୁ ଏଭଳି ପ୍ରୋତ୍ସାହନ ବରଦାସ୍ତ କରାଯିବ ନାହିଁ ଏବଂ ଭାରତ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କାନାଡ଼ାକୁ ସତର୍କ କରାଯାଇଛି। ଏହି ଚିଠିରେ ଜଷ୍ଟିନ ଟ୍ରୁଡୋ ସରକାର କାନାଡାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ଲଗାତାର ପ୍ରୋତ୍ସାହନ ଦେଉଥିବା ଏବଂ ଭାରତ ବିରୋଧୀ କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରୁଥିବାରୁ ଏହା ଦୁଇ ଦେଶର ସଂପର୍କକୁ ଗଭୀର ଭାବେ ପ୍ରଭାବିତ କରିଥିବା ଉଲ୍ଲେଖ କରାଯାଇଛି । ଗତ ବର୍ଷ ଜୁନ୍ ମାସରେ ବ୍ରିଟିଶ କଲମ୍ବିଆରେ ନିହତ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ସ୍ମୃତିରେ କାନାଡ଼ା ସଂସଦରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଏହାର ଗୋଟିଏ ଦିନ ପରେ ଭାରତ ତୀବ୍ର ପ୍ରତିବାଦ କରିଛି।

ଜୁନ୍ ୧୪ରେ ଇଟାଲିର ଅପୁଲିଆ ଅଞ୍ଚଳରେ ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ମଧ୍ୟରେ ସଂକ୍ଷିପ୍ତ ଆଲୋଚନା ହୋଇଥିଲା। ଭାରତ-କାନାଡ଼ା ସମ୍ପର୍କରେ ତୀବ୍ର ତିକ୍ତତା ପରିପ୍ରେକ୍ଷୀରେ ଏହି ଆଲୋଚନା ବେଶ ମହତ୍ବପୂର୍ଣ୍ଣ ଥିଲା। ଗତ ବର୍ଷ ସେପ୍ଟେମ୍ବରରେ ଟ୍ରୁଡୋ ନିଜାର ହତ୍ୟାକାଣ୍ଡରେ ଭାରତୀୟ ଏଜେଣ୍ଟଙ୍କ ସମ୍ଭାବ୍ୟ ସମ୍ପୃକ୍ତି ନେଇ ଅଭିଯୋଗ ଆଣିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। କାନାଡାରୁ କାର୍ଯ୍ୟ କରୁଥିବା ଖଲିସ୍ତାନ ସମର୍ଥକ ତତ୍ତ୍ୱମାନଙ୍କୁ କାନାଡ଼ା ନିରବଚ୍ଛିନ୍ନ ଭାବରେ ସ୍ଥାନ ଦେଉଥିବାରୁ ଆଗକୁ ଭାରତ କେତେକ କଠୋର କୂଟନୈତିକ ପଦକ୍ଷେପ ଗ୍ରହଣ କରିବ ବୋଲି ସଙ୍କେତ ଦେଇସାରିଛି। ବୈଦେଶିକ ସଚିବ ବିନୟ କ୍ୱାତ୍ରା ଗତ ସପ୍ତାହରେ କହିଥିଲେ ଯେ କାନାଡ଼ା ସହିତ ଭାରତର ମୁଖ୍ୟ ପ୍ରସଙ୍ଗ ହେଉଛି ଉଗ୍ରବାଦ ଏବଂ ଭାରତ କୌଣସି ଉଗ୍ରବାଦ ପ୍ରୋତ୍ସାହନ ନୀତିକୁ ସହ୍ୟ କରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe