ଖଲିସ୍ତାନୀ ଆତଙ୍କୀକୁ ଦରଦ ଦେଖାଉଛି କାନାଡା

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ କଡ଼ା ଜବାବ ଦେଇଛି ଭାରତ।  ଖଲିସ୍ତାନୀ ଉଗ୍ରବାଦୀ ହରଦୀପ ସିଂହ ନିଜାର ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିବା ଟ୍ରୁଡୋ ତାଙ୍କ ସରକାର ପାଖରେ ଠୋସ୍ ପ୍ରମାଣ ନାହିଁ ବୋଲି  ସ୍ୱୀକାର କରିବା ପରେ  ବୈଦେଶିକ ବ୍ୟାପାର...

00

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ କଡ଼ା ଜବାବ ଦେଇଛି ଭାରତ।  ଖଲିସ୍ତାନୀ ଉଗ୍ରବାଦୀ ହରଦୀପ ସିଂହ ନିଜାର ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିବା ଟ୍ରୁଡୋ ତାଙ୍କ ସରକାର ପାଖରେ ଠୋସ୍ ପ୍ରମାଣ ନାହିଁ ବୋଲି  ସ୍ୱୀକାର କରିବା ପରେ  ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସାର୍ବଜନୀନ ତଦନ୍ତ ପୂର୍ବରୁ ଟ୍ରୁଡୋଙ୍କ ଅନର୍ଥକାରୀ ବୟାନ ଓ ବେପରୁଆ ପଦକ୍ଷେପ ଦୁଇ ଦେଶ ମଧ୍ୟରେ ସଂପର୍କକୁ ତିକ୍ତ କରିଛି।  

ଟ୍ରୁଡୋ ଏବେ ଯେଉଁ ସ୍ବୀକାରୋକ୍ତି କରିଛନ୍ତି ତାହା ଭାରତର ମତକୁ ଯଥାର୍ଥ ପ୍ରମାଣିତ କରିଛି। ଭାରତ ବିରୋଧରେ ଆସିଥିବା ଗମ୍ଭୀର ଅଭିଯୋଗକୁ ସମର୍ଥନ କରିବା ପାଇଁ କାନାଡା କୌଣସି ପ୍ରମାଣ ପ୍ରଦାନ କରିନାହିଁ ଏବଂ ବିନା ପ୍ରମାଣରେ କେବଳ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଟ୍ରୁଡୋ ଗୋଟିଏ ପରେ ଗୋଟିଏ ବିଭ୍ରାନ୍ତି ସୃଷ୍ଟି କରିଚାଲିଛନ୍ତି। 
ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେ ବାରମ୍ବାର କହୁଛୁ କାନାଡା ଭାରତ ଓ ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ ଆଣିଥିବା ଗମ୍ଭୀର ଅଭିଯୋଗ ସପକ୍ଷରେ ଆମକୁ କୌଣସି ପ୍ରମାଣ ଦେଇନାହିଁ। ଭାରତ-କାନାଡା ସମ୍ପର୍କରେ ଯେଉଁ କ୍ଷତି ହୋଇଛି ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ଟ୍ରୁଡୋ ଦାୟୀ ବୋଲି ଜୟସ୍ୱାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe