ତାଜମହଲ ବୁଲିଲେ କାନାଡ଼ା ପ୍ରଧାନମନ୍ତ୍ରୀ

Advertisment
ତାଜମହଲ ବୁଲିଲେ କାନାଡ଼ା ପ୍ରଧାନମନ୍ତ୍ରୀ

Canadian Prime Minister Justin Trudeau, his wife Sophie Gregoire Trudeau, their daughter Ella Grace and sons Hadrien and Xavier pose in front of the Taj Mahal in Agra, India, February 18, 2018. REUTERS/Adnan Abidi

ଆଗ୍ରା: ସାତ ଦିନିଆ ଭାରତ ଗସ୍ତରେ ଆସିଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ ଆଜି ସପରିବାର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଭାସ୍କର୍ଯ୍ୟ ଆଗ୍ରାର ତାଜମହଲ ପରିଦର୍ଶନ କରିଛନ୍ତି। ଆଜି ସକାଳ ସାଢ଼େ ୧୦ଟାରେ ପତ୍ନୀ ସୋଫି ଗ୍ରିଗଏର୍‌ ଏବଂ ତିନି ସନ୍ତାନ ସନ୍ତତିଙ୍କ ସହ ୪୬ ବର୍ଷୀୟ ଟ୍ରୁଡ୍ୟୁ ଏଠାରେ ଦିଲ୍ଲୀରୁ ଆସି ପହଞ୍ଚିିବା ପରେ ତାଜମହଲ ପରିସରରେ ସପରିବାର ଫଟୋ ଉଠାଇଥିଲେ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସୁନ୍ଦର ସ୍ଥାନ ଦେଖିବାର ସୌଭାଗ୍ୟ ଲଭିଛନ୍ତି ବୋଲି ସେ ପରିଦର୍ଶକ ଗ୍ରନ୍ଥରେ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଏହି ଗସ୍ତ କାଳରେ ସେ ଦିଲ୍ଲୀର ଜମା ମସଜିଦ୍‌, ଗୁଜରାଟର ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର ଏବଂ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରି ବିଭିନ୍ନ ଧର୍ମର ଉପାସନା ସ୍ଥଳ ପରିଭ୍ରମଣ କରିବେ। ଏଥି ସହିତ ଟ୍ରୁଡ୍ୟୁ ଆସନ୍ତା ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ଲଗାଣ, ଶକ୍ତି, ବିଜ୍ଞାନ, ଉଚ୍ଚ ଶିକ୍ଷା, ସୁରକ୍ଷା, ଆତଙ୍କବାଦ ଦମନ ଏବଂ ଦକ୍ଷତା ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ରାଜିନାମା ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe