କାନାଡାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି: ଭାରତ ସହ ସଂପର୍କରେ ସୁଧାର ଆଣିବେ

Advertisment

କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ମାର୍କ ‌କାର୍ନି ନିର୍ବାଚିତ ହୋଇଛନ୍ତି। ରବିବାର ଲିବରାଲ ପାର୍ଟିର ୮୫.୯ ପ୍ରତିଶତ ଭୋଟ ପାଇ ସେ ବିଜୟୀ ହୋଇଛନ୍ତି। ଜଷ୍ଟିନ ଟ୍ରୁ‌ଡୋଙ୍କ ସ୍ଥାନରେ ସେ କାନାଡା ସରକାରର ନେତୃତ୍ବ ନେବେ।

କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ମାର୍କ ‌କାର୍ନି ନିର୍ବାଚିତ ହୋଇଛନ୍ତି। ରବିବାର ଲିବରାଲ ପାର୍ଟିର ୮୫.୯ ପ୍ରତିଶତ ଭୋଟ ପାଇ ସେ ବିଜୟୀ ହୋଇଛନ୍ତି। ଜଷ୍ଟିନ ଟ୍ରୁ‌ଡୋଙ୍କ ସ୍ଥାନରେ ସେ କାନାଡା ସରକାରର ନେତୃତ୍ବ ନେବେ।

00

ଅଟାୱା: କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ମାର୍କ ‌କାର୍ନି ନିର୍ବାଚିତ ହୋଇଛନ୍ତି। ରବିବାର ଲିବରାଲ ପାର୍ଟିର ୮୫.୯ ପ୍ରତିଶତ ଭୋଟ ପାଇ ସେ ବିଜୟୀ ହୋଇଛନ୍ତି। ଜଷ୍ଟିନ ଟ୍ରୁ‌ଡୋଙ୍କ ସ୍ଥାନରେ ସେ କାନାଡା ସରକାରର ନେତୃତ୍ବ ନେବେ। ଟ୍ରୁଡୋଙ୍କ ଅମଳରେ ଭାରତ କାନାଡା ସଂପର୍କରେ ଆସିଥିବା ତିକ୍ତତାରେ ସୁଧାର କାର୍ନିଙ୍କ ସମୟରେ ଆସିବ ବୋଲି ଦୃଢ଼ ଆଶା ରହିଛି। ନିର୍ବାଚନ ପୂର୍ବରୁ କାର୍ନି ଭାରତ ସହିତ ସଂପର୍କ ମଜଭୁତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ନିକଟରେ ସାମ୍ବାଦିକମାନଙ୍କୁ ସେ କହିଥିଲେ ଯେ ସମ ମନୋଭାବାପନ୍ନ ରାଷ୍ଟ୍ରଗୁଡ଼ିକ ସହିତ ବାଣିଜ୍ୟ ସହଯୋଗିତା ବଢ଼ାଯିବ। ୫୯ ବର୍ଷୀୟ ଭାରତରେ ଏଥିପାଇଁ ବିଶେଷ ସୁଯୋଗ ରହିଛି ବୋଲି କହିଥିଲେ। ୨୦୨୩ ସେପ୍ଟେମ୍ବର ୧୮ରେ କାନାଡା ସଂସଦରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ବୟାନ ଦେଇଥିଲେ ଯେ ବ୍ରିଟିସ କଲମ୍ବିଆରେ ହରଦୀପ ସିଂହ ନିଜ୍ଜାର ମୃତ୍ୟୁ ମାମଲାରେ ଭାରତୀୟ ଏ‌‌ଜେଣ୍ଟଙ୍କ ସଂପୃକ୍ତି ରହିଛି। ଏହାପରେ ଭାରତ ଓ କାନାଡା ସଂପର୍କ ଅଧିକ ଖରାପ ହୋଇଥିଲା। ବିଭିନ୍ନ ମହଲରୁ ଚାପର ବଶବର୍ତ୍ତୀ ହୋଇ ଜାନୁଆରି ମାସରେ ‌ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ। କିନ୍ତୁ ନୂଆ ପ୍ରଧାନମନ୍ତ୍ରୀ ଶପଥ ନେବା ପର୍ଯ୍ୟନ୍ତ ସେ ଦାୟିତ୍ବ ସମ୍ଭାଳୁଛନ୍ତି। ତେବେ କାର୍ନି କେବେ ଶପଥ ନେବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe